www.samajalive.in
Sunday, December 7, 2025
18.1 C
Bhubaneswar

ଅକ୍ସିଜେନ ପରିବହନ ଗାଡିକୁ ପୁଲିସ ସୁରକ୍ଷା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ପାଇଁ ଅକ୍ସିଜନେର ଘୋର ଅଭାବ ପରିଲକ୍ଷିତ ହୋଇଥିବାବେଳେ କେତେକ ସ୍ଥାନରେ ଅକ୍ସିଜେନ ଟ୍ୟାଙ୍କର ଏବଂ ସିଲିଣ୍ଡର ଲୁଟ କରାଯାଉଥିବା ଘଟଣା ଦୃଷ୍ଟିକୁ ଆସିଛି। ମୃତ୍ୟୁ ସହିତ ଲଢେଇ କରୁଥିବା ନିଜ ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ପାଇଁ କେତେକ ସ୍ଥାନରେ ଲୋକମାନେ ରାସ୍ତାରେ ଅକ୍ସିଜେନ ଟ୍ୟାଙ୍କର ଏବଂ ଅକ୍ସିଜେନ ସିଲିଣ୍ଡର ନେଇ ଯାଉଥିବା ଗାଡିଗୁଡିକରୁ ଜବରଦସ୍ତ ଅକ୍ସିଜେନ ନେଇଯାଉଛନ୍ତି। ଅନ୍ୟପକ୍ଷରେ ସେହିସବୁ ଗାଡି ଗନ୍ତବ୍ୟ ସ୍ଥଳରେ ପହଞ୍ଚୁନଥିବାରୁ ସେଠାରେ ମଧ୍ୟ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବିଶେଷକରି ରାଜଧାନୀ ଦିଲ୍ଲୀରେ ସଂପ୍ରତି ଅକ୍ସିଜେନର ଘୋର ଅଭାବ ପରିଲକ୍ଷିତ ହୋଇଛି। ମଧ୍ୟପ୍ରଦେଶରୁ ହରିଆଣାକୁ ଆସୁଥିବା ଅକ୍ସିଜେନ ଟ୍ୟାଙ୍କର ଏବଂ ସିଲିଣ୍ଡରଗୁଡିକୁ ଦିଲ୍ଲୀବାସୀ ଲୁଟ କରୁଥିବା ହରିଆଣା ସରକାର ଅଭିଯୋଗ କରିଛନ୍ତି। ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‍ କହିଛନ୍ତି ଏକ ଅକ୍ସିଜେନ ଟ୍ୟାଙ୍କର ଦିଲ୍ଲୀ ମଧ୍ୟଦେଇ ହରିଆଣାକୁ ଆସୁଥିବାବେଳେ ସେଠାରେ କିଛି ପୁଲିସ ଓ ଅଧିକାରୀମାନେ ତାହାକୁ ଅଟକାଇ ସେଥିରୁ ଅକ୍ସିଜେନ ଅନ୍ୟତ୍ର ନେଇଯାଇଥିଲେ। ମହାରାଷ୍ଟ୍ରରେ ମଧ୍ୟ ଏହିଭଳି କିଛି ଘଟଣା ଘଟିଥିବା ଖବର ମିଳିଛି। ଏହି ପରିପ୍ରେକ୍ଷୀରେ ସଂପ୍ରତି ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟ ଅକ୍ସିଜେନ ଟ୍ୟାଙ୍କର ଏବଂ ସିଲିଣ୍ଡର ନେଇ ଯାଉଥିବା ଗାଡିଗୁଡିକୁ ପୁଲିସ ସୁରକ୍ଷା ଯୋଗାଇବା ଆରମ୍ଭ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories