www.samajalive.in
Sunday, December 7, 2025
26.1 C
Bhubaneswar

ଟିକାକରଣ ଅଭିଯାନ : ୧୩ କୋଟିରୁ ଅଧିକ ଡୋଜ୍ ଟିକାଦାନ କରି ଭାରତର ଆଉ ଏକ ସଫଳତା

ନୂଆଦିଲ୍ଲୀ : ବିଶ୍ୱର ବୃହତ ଟିକାକରଣ ଅଭିଯାନରେ ଭାରତ କୋଭିଡ ଟିକାକରଣ କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଟିକାଦାନ ସଂଖ୍ୟା ୧୩ କୋଟି ଅତିକ୍ରମ କରିଛି ।
ବୁଧବାର ସକାଳ ୭ଟା ସୁଦ୍ଧା ୧୯,୦୧,୪୧୩ ସେସନରେ ମୋଟ ୧୩,୦୧,୧୯,୩୧୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୯୧,୦୧,୭୨୮ ସ୍ବାସ୍ଥ୍ୟ ସେବା କର୍ମଚାରୀ (ଏଚସିଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍, ୫୮,୧୭,୨୬୨ ଜଣ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ଦେଶରେ ୮୭ % ସ୍ବାସ୍ଥ୍ୟ ସେବା କର୍ମଚାରୀ ପ୍ରଥମ ଡୋଜ ଟିକା ଦିଆଯାଇଛି ।୧,୧୫,୬୨,୫୩୫ ଜଣ ଆଗଧାଡିର କରୋନା ଯୋଦ୍ଧା(ଏଫଏଲଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍, ୫୮,୫୫,୮୨୧ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।୭୯% ଆଗଧାଡିର କରୋନା ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ସେହିପରି ୬୦ ବର୍ଷରୁ ଅଧିକ ବୟସର ୪,୭୩,୫୫,୯୪୨ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଓ ୫୩,୦୪,୬୭୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୪,୩୫,୨୫,୬୮୭ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୪,୯୫,୬୫୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି ।
ଟିକାକରଣ ଅଭିଯାନର ୯୫ତମ ଦିବସ ମଙ୍ଗଳବାର ଦିନ ୨୯,୯୦,୧୯୭ ଡୋଜ୍ ଟିକା ଦିଆଯାଇଛି । ୪୨,୩୮୪ ସେସନରେ ୧୯,୮୬,୭୧୧ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦,୦୩,୪୮୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
ଦେଶରେ ହୋଇଥିବା ମୋଟ ଟିକାକରଣର ୫୯.୨୫% ଟିକା ଆଠଟି ରାଜ୍ୟ କେରଳ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ଦିଆଯାଇଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories