www.samajalive.in
Sunday, December 7, 2025
13.1 C
Bhubaneswar

ଲିକେଜ୍‌ ପରେ ଅକ୍ସିଜେନ ଯୋଗାଣ ବନ୍ଦ, ୨୨ ରୋଗୀ ମୃତ

ମୁମ୍ବଇ: ଅକ୍ସିଜେନ ଲିକ୍‌ ହେବାରୁ ଯୋଗାଣ ବନ୍ଦ କରିଦିଆଗଲା। ଫଳରେ ଭେଣ୍ଟିଲେଟରରେ ଥିବା ୨୨ ରୋଗୀଙ୍କର ମୃତ୍ୟୁ ଘଟିଛି। ବୁଧବାର ଏଭଳି ଏକ ବଡ଼ଧରଣର ଅଘଟଣ ଘଟିଛି ମହାରାଷ୍ଟ୍ରର ନାସିକରେ ତିବା ଜାକିର ହୁସେନ୍‌ ହସ୍ପିଟାଲରେ। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି।

ସୂଚନା ଅନୁସାରେ, ନାସିକ ମ୍ୟୁନିସିପାଲ କର୍ପୋରେଶନ (ଏନଏମସି) ଦ୍ବାରା ପରିଚାଳିତ ଉକ୍ତ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି। ଏଠାରେ ୧୫୦ରୁ ଅଧିକ ସଂକ୍ରମିତଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ବୁଧବାର ଅକ୍ସିଜେନ ଭରିବା ଲାଗି ଟ୍ୟାଙ୍କର ଆସିଥିବା ସମୟରେ ଲିକେଜ୍‌ ହୋଇଥିଲା। ଏହି ଟ୍ୟାଙ୍କରରୁ ପାଇପ ଯୋଗେ ହସ୍ପିଟାଲକୁ ଅକ୍ସିଜେନ ଯୋଗାଣ କରାଯାଉଥିଲା। ତେବେ ଟ୍ୟାଙ୍କରରେ ଲିକେଜ ଯୋଗୁ ବହୁ ପରିମାଣର ଅକ୍ସିଜେନ ନିର୍ଗତ ହୋଇ ନଷ୍ଟ ହୋଇଥିଲା। ଫଳରେ ଟ୍ୟାଙ୍କରରୁ ଅକ୍ସିଜେନ ଯୋଗାଣ ବନ୍ଦ କରିଦିଆଯାଇଥିଲା। କିନ୍ତୁ ସେହି ସମୟରେ ହସ୍ପିଟାଲରେ ୧୫୦ରୁ ଅଧିକ କରୋନା ସଂକ୍ରମିତ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯିବାରୁ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଅକ୍ସିଜେନ ମିଳି ନ ଥିଲା। ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

- Advertisement -

ଅନ୍ୟପଟେ ଟ୍ୟାଙ୍କରରୁ ୨ଘଣ୍ଟାରୁ ଅଧିକ ସମୟ ଧରି ଲିକେଜ ହୋଇଥିଲେ ମଧ୍ୟ ତାହାର ପ୍ରତିକାର କରାଯାଇ ନାହିଁ। ଲିକେଜ୍‌ ସ୍ଥାନକୁ ବନ୍ଦ କରାଯାଇ ପାରିନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories