www.samajalive.in
Tuesday, December 9, 2025
15.1 C
Bhubaneswar

ବିଧାୟକଙ୍କ ଘରେ ଫସିଲା ଢ଼ମଣା

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ରାଜଭବନ ନିକଟସ୍ଥ ସରକାରୀ ବାସଭବନରେ ଥିବା ଆଉଟ ହାଉସର ଲୁହା ପାଇପ ଖୁଣ୍ଟ ଭିତରେ ଏକ ୪ ଫୁଟ ଲମ୍ବର ଢ଼ମଣା ସାପ ଫସି ଯାଇଥିଲା। କିନ୍ତୁ ଯେତେ ଚେଷ୍ଟା କଲେ ବି ସାପଟି ଆଉ ବାହାରକୁ ବାହାରି ପାରୁନଥିଲା। ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି କେମିତି ସାପକୁ ଉଦ୍ଧାର କରିବେ ହଠାତ କିଛି ବାଟ ପାଇନଥିଲେ। ବିଧାୟକଙ୍କ ପୁଅ ପ୍ରିୟଦର୍ଶୀ ପାତ୍ରଙ୍କୁ ସେହି ଲୁହା ପାଇପ ଦୁଇ ପଟୁ ୱେଲଡିଂ ଛଡ଼େଇବା ପାଇଁ ଅନୁରୋଧ କରିବାରୁ ସେ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ। ଏକ ଶାବଳ ସାହାଯ୍ୟରେ ୨ ପଟୁ ୱେଲଡିଂ ହୋଇଥିବା ଲୁହା ପ୍ଲେଟ ୨ ଟିକୁ ଛଡା ଯାଇଥିଲା। ତାପରେ ପ୍ରିୟଦର୍ଶୀ ନିଜେ ଆଜବେଷ୍ଟସ ଭାର ରହିଥିବା ପାଇପକୁ ଶାବଳ ସାହାଯ୍ୟରେ ଉପରକୁ ଟେକିବା ପରେ ଶୁଭେନ୍ଦୁ ଯତ୍ନର ସହିତ ଢ଼ମଣା ସାପର ମୁଣ୍ଡକୁ ଧରି ପାଇପ ବାହାରକୁ ଆଣିଥିଲେ। ତେବେ ଦୀର୍ଘ ସମୟ ଧରି ସାପଟି ପାଇପ ଭିତରେ ଫସି ମୁକୁଳିବା ପାଇଁ ଚେଷ୍ଟା କରି ଭିଡିମୋଡି ହେବା ଫଳରେ ପେଟରେ ଟିକେ ଖଣ୍ଡିଆ ହୋଇଯାଇଛି। ସେଥିପାଇଁ ସାପଟିକୁ ଓୟୁଏଟିରେ ଭେଟେରିନାରୀ କଲେଜକୁ ଚିକିତ୍ସା ପାଇଁ ନିଆଯିବ ବୋଲି ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories