www.samajalive.in
Tuesday, December 9, 2025
26.1 C
Bhubaneswar

ପଶ୍ଚିମ ଓଡ଼ିଶା​ ଅବସ୍ଥା ଅସମ୍ଭାଳ : ବିପଦ ​‌ବଳୟରେ ୫ ଜିଲା

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଛତିଶଗଡ଼ ସୀମାନ୍ତ ଜିଲାଗୁଡ଼ିକ​ରେ କରୋନା ବିପଜ୍ଜନକ ହାରରେ ବ୍ୟାପୁଛି। ଏହା ଫଳରେ ପଶ୍ଚିମାଞ୍ଚଳର ୧୦ ଜିଲାରୁ ୫ ଜିଲା ବିପଜ୍ଜନକ ସ୍ତର ଅର୍ଥାତ ଅଧିକ ସଂକ୍ରମଣ ପ୍ରବଣ କ୍ଷେତ୍ରକୁ ପ୍ରବେଶ କରି ସାରିଛନ୍ତି। ଅବଶିଷ୍ଟ ୫ ଜିଲାରୁ ୨ ଜିଲା ସଂକ୍ରମଣ କ୍ଷେତ୍ରକୁ ଆସି ସାରିଛନ୍ତି। ଆଉ ଦୁଇରୁ ତିନି ଦିନ ଭିତରେ ଏହି ଦୁଇ ଜିଲା ମଧ୍ୟ ଅଧିକ ସଂକ୍ରମଣ ପ୍ରବଣ କ୍ଷେତ୍ରକୁ ପ୍ରବେଶ କରିବେ। ଅବଶିଷ୍ଟ ୩ ଜିଲା ବର୍ତ୍ତମାନ ସୁଦ୍ଧା ସବୁଜ ଜୋନରେ ନିରାପଦରେ ଅଛନ୍ତି। କିନ୍ତୁ ସଂକ୍ରମଣ ଯେଉଁ କ୍ଷୀପ୍ରତାର ସହ ବ୍ୟାପୁଛି ସବୁଜ ଜିଲାଗୁଡ଼ିକ ଲାଲ ଜୋନକୁ ପ୍ରବେଶ କରିବା ପାଇଁ ସପ୍ତା​‌େ​‌ହ ମଧ୍ୟ ଲାଗିବ ନାହିଁ ବୋଲି ଆକଳନ କରାଯାଉଛି। ସକ୍ରିୟ ରୋଗୀ ସଂଖ୍ୟା ୧୦୦୦ ଡେଇଁ
ପଶ୍ଚିମ ଓଡ଼ିଶାର ୧୦ ଜିଲାରୁ ଯେଉଁ ୫ ଜିଲା ​ରେଡ ଜୋନକୁ ପ୍ରବେଶ କରି ସାରିଲେଣି ସେଗୁଡ଼ିକ ହେଲା ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଓ ବରଗଡ଼। ଏହି ୫ ଜିଲାରେ ସଂକ୍ରମଣ ବିପଜ୍ଜନକ ସ୍ତରକୁ ପହଞ୍ଚି ସାରିଛି। ଏଥିରୁ ସୁନ୍ଦରଗଡ଼ ଜିଲାରେ ୩୮୭୯, ସମ୍ବଲପୁର ୧୨୪୯, ବରଗଡ଼ ୧୧୩୮, ନୂଆପଡ଼ା ୧୦୧୫ ଓ କଳାହାଣ୍ଡି ଜିଲାରେ ସକ୍ରିୟ କରୋନା ରୋଗୀ ସଂଖ୍ୟା ୧୦୯୦କୁ ବୃଦ୍ଧି ପାଇଛି। ଲାଲ ଜୋନ ତଳକୁ ହଳଦିଆ ଜୋନ (୫୦୦ରୁ ବେଶି ଓ ୧୦୦୦ରୁ କମ)ରେ ପ୍ରବେଶ କରି ସାରିଥିବା ୨ ଜିଲା ହେଲେ ଝାରସୁଗୁଡ଼ା ଓ ବଲାଙ୍ଗିର। ବଲାଙ୍ଗିର ଜିଲାରେ ୭୫୪ ଓ ଝାରସୁଗୁଡ଼ା ଜିଲାରେ ୬୪୧ ସକ୍ରିୟ ରୋଗୀ ଅଛନ୍ତି। ଅବଶିଷ୍ଟ ୩ ଜିଲା ସୋନପୁର, ବୌଦ୍ଧ ଓ ଦେବଗଡ଼ ଜିଲା ସବୁଜ ଜୋନ (୫୦୦ ତଳକୁ)ରେ ଅପେକ୍ଷାକୃତ ନିରାପଦ ଅଛନ୍ତି। ଦେବଗଡ଼ ଜିଲାରେ ସକ୍ରିୟ ରୋଗୀ ସଂଖ୍ୟା ୧୨୭, ସୋନପୁର ଜିଲାରେ ୧୨୭ ଓ ବୌଦ୍ଧ ଜିଲାରେ ୪୪।
ଛତିଶଗଡ଼ ସୀମାନ୍ତ ଏହି ଅଞ୍ଚଳରେ ରବିବାର ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତାଜନକ ଅଛି। ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୩୬୬୪ କରୋନା ରୋଗୀଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶାର ୧୬୦୮ ରୋଗୀ ଅଛନ୍ତି। ଲାଲ ଜୋନରେ କ୍ଳବରେ ସାମିଲ ହୋଇ ସାରିଥିବା ସୁନ୍ଦରଗଡ଼ରେ ଆଜି ସର୍ବାଧିକ ୩୪୦, କଳାହାଣ୍ଡିରେ ୩୨୪, ନୂଆପଡ଼ାରେ ୨୨୧, ବରଗଡ଼ରେ ୨୧୦ ଓ ସମ୍ବଲପୁରରେ ୧୯୯, ହଳଦିଆ ଜୋନ ଜିଲା ଝାରସୁଗୁଡ଼ାରେ ୧୮୩ ଓ ବଲାଙ୍ଗିରରେ ୭୯ ଏବଂ ସବୁଜ ଜୋନ ଜିଲା ଦେବଗଡ଼ରେ ୩୦, ସୋନପୁରରେ ୧୬ ଓ ବୌଦ୍ଧ ଜିଲାରେ ଆଜି ମାତ୍ର ୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories