www.samajalive.in
Tuesday, December 9, 2025
26.1 C
Bhubaneswar

ଓଡ଼ିଶାରୁ କୁମ୍ଭମେଳାକୁ ଯାଇଛନ୍ତି ୪୦୦ରୁ ଅଧିକ ଶ୍ରଦ୍ଧାଳୁ

ଭୁବନେଶ୍ବର: ଉତ୍ତରାଖଣ୍ଡର କୁମ୍ଭମେଳାକୁ ଓଡ଼ିଶାରୁ ଯାଇଛନ୍ତି ୧୫୦ ପରିବାର। ୧୫୦ଟି ପରିବାରରୁ ପ୍ରାୟ ୪୦୦ରୁ ଅଧିକ ଶ୍ରଦ୍ଧାଳୁ କୁମ୍ଭମେଳାକୁ ଯାଇଛନ୍ତି। ଗଞ୍ଜାମରୁ ୨୫, ଖୋର୍ଦ୍ଧା ୧୦, ନବରଙ୍ଗପୁର ୨୦, ପୁରୀ ୨୦, କଟକ ୯ଟି ପରିବାର କୁମ୍ଭମେଳାକୁ ଯାଇଥିବା ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ତଥ୍ୟ ମିଳିଛି। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ କୁମ୍ଭମେଳାକୁ ଯାଇଥିବା ସୂଚନା ଦିଆଯାଇଛି।
କୁମ୍ଭମେଳାରୁ ଫେରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। କୁମ୍ଭମେଳାରୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ଯୋଗୁ କରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ଥିବାରୁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। କୁମ୍ଭମେଳା ଫେରନ୍ତାଙ୍କୁ ୧୪ ଦିନିଆ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି।


ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ଭାବେ ସେହି କୁମ୍ଭମେଳା ଫେରନ୍ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବେ। କୁମ୍ଭ ମେଳାକୁ ଯାଇଥିବା ଶ୍ରଦ୍ଧାଳୁମାନେ ନିଜକୁ ସ୍ୱେଚ୍ଛାକୃତ ଭାବେ ଆଇସୋଲେସନରେ ରଖିବା ସହ ସ୍ଥାନୀୟ ବିଡିଓ ଅବା ମ୍ୟୁନିସପାଲଟି କି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବେ। ସେମାନେ କଡ଼ାକଡ଼ି ଭାବେ କୋଭିଡ୍ ନିୟମ ପାଳନ କରିବେ। ପ୍ରତ୍ୟେକ ଦିନ ଏହି ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ଓ ଏଆରସିଙ୍କ ଅଫିସକୁ ପଠାଇବାକୁ ଜିଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଏସଆରସି ନିର୍ଦେଶ ଦେଇଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories