www.samajalive.in
Tuesday, December 9, 2025
15.1 C
Bhubaneswar

ମାଟି ଅତଡ଼ା ଧସି ୩ ମହିଳା ମୃତ

କୋରାପୁଟ: ଚୂନମାଟି ଅତଡ଼ା ଖସି ୩ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ୪ଜଣ ମହିଳା ଘର ଲିପିବା ପାଇଁ ମାଟି ଆଣୁଥିବାବେଳେ ଅଘଟଣ ଶିକାର ହୋଇଛନ୍ତି। ଗୁରୁତର ମହିଳା ଜଣଙ୍କ ପଟ୍ଟାଙ୍ଗି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି। କୋରାପୁଟ ଜିଲା ପୋଡ଼ାଗୁଡ଼ାରେ ଘଟିଛି ଏଭଳି ଅଘଟଣ। ଗୁରୁତର ମହିଳାଙ୍କୁ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପଟାଙ୍ଗି ଥାନା ରାଲେଗଡ଼ ପଞ୍ଚାୟତର ମିରିଆଲିପାଡ଼ୁ ଗାଁର ୧୧ ଜଣ ମହିଳା ଆଜି ସକାଳେ ଚୂନ ମାଟି ଆଣିବା ପାଇଁ ପୋଡ଼ାଗୁଡ଼ା ପାହାଡ଼କୁ ଯାଇଥିଲେ। ସେମାନଙ୍କ ଭିତରୁ ୩ ଜଣ ମହିଳା ସୁଢଙ୍ଗ ଭିତରେ ପଶି ଚୂନ ମାଟି ଖୋଳୁଥିଲେ। ଆଉ ଜଣେ ମହିଳା ସୁଢ଼ଙ୍ଗ ଭିତରୁ ପଶୁଥିବା ବେଳେ ହଠାତ୍‌ ବର୍ଷା ହେବାରୁ ମାଟି ଅତଡ଼ା ଖସି ପଡ଼ିଥିଲା। ଫଳରେ ୩ ଜଣ ମହିଳା ଚାପି ହୋଇ ଯାଇଥିଲେ। ତେବେ ସେମାନଙ୍କ ଚିତ୍କାର ଶୁଣି ଅନ୍ୟ ମହିଳାମାନେ ସେଠାରେ ପହଞ୍ଚି ସେମାନଙ୍କ ଭିତରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ଅନ୍ୟ ୩ ଜଣ ମହିଳା ମାଟି ଭିତରେ ପୋତି ହୋଇ ଯାଇଥିଲେ ଏବଂ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ମହିଳାଙ୍କୁ ପଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିିଛି ଏବଂ ତଦନ୍ତ ଆରମ୍ଭ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories