www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରତିଶ୍ରୁତି ରକ୍ଷାକଲେ ବି.ଡି.ଓ : କିଡନୀ ପ୍ରଭାବିତ ଗାଁରେ ଲଗାଇଲେ କମ୍ୟୁନିଟି ଆକ୍ବାଗାର୍ଡ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତର କିଡନୀ ପ୍ରଭାବିତ ଚନ୍ଦ୍ରଶେଖରପୁର ଗାଁ ଲୋକଙ୍କୁ ବି.ଡି.ଓ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ବିଳମ୍ବରେ ହେଉ ପଛେ କିଡନୀ ରୋଗୀଙ୍କ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟବରାଦରେ ଏକ କମ୍ୟୂନିଟି ଆକ୍ବାଗାର୍ଡ ସହିତ ଓଭରହେଡ ପାଣି ଟାଙ୍କି ଲଗାଇ ଗାଁ ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା। ପ୍ରଶାସନର ଏଭଳି ମହତ୍‍ କାର୍ୟ୍ୟକୁ ଗାଁ ଲୋକେ ଉଚ୍ଚପ୍ରଂଶସା କରିଛନ୍ତି। ପ୍ରକାଶ ଯେ ୨୨ଟି ପରିବାର ବିଶିଷ୍ଟ ଚନ୍ଦ୍ରଶେଖରପୁର ଗାଁରେ କିଡନୀ ରୋଗରେ ବର୍ତମାନ ୨୧ ଜଣ ଆକ୍ରାନ୍ତ ଥିବାବେଳେ ୧୨ ଜଣଙ୍କ ମୃତ୍ୟୂ ଘଟିସାରିଲାଣି।ଏଭଳି ଘଟଣାକୁ ନେଇ ‘ସମାଜ’ରେ ଲଗାତାର ଖବର ପ୍ରକାଶ ପରେ ପ୍ରଶାସନିକ ଟିମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା।ନଳକୂପ ପାଣିରୁ ଗାଁରେ କିଡନୀ ରୋଗ ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଗାଁ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଏକ କମ୍ୟୁନିଟି ଆକ୍ବାଗାର୍ଡର ଜରୁରୀ ରହିଥିଲା। ବିଳମ୍ବରେ ହେଉ ପଛେ ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଅନେକମାତ୍ରାରେ ରୋଗଗ୍ରସ୍ତ ପରିବାରକୁ ଗାଁ ଲୋକଙ୍କୁ ଆଶ୍ୱସ୍ତି ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories