www.samajalive.in
Tuesday, December 9, 2025
23.1 C
Bhubaneswar

କୋଭିଡ-୧୯ ବିଶ୍ୱ ବ୍ୟବସ୍ଥାର ପୁନଃ ସଂରଚନା ନିମନ୍ତେ ସୁଯୋଗ ପ୍ରଦାନ କରିଛି – ପ୍ରଧାନମନ୍ତ୍ରୀ

କୋଭିଡ-୧୯ ମହାମାରୀ ବିଶ୍ୱ ବ୍ୟବସ୍ଥାର ପୁନଃ ସଂରଚନା ଏବଂ ଚିନ୍ତାର ପୁନର୍ବିନ୍ୟାସ ନିମନ୍ତେ ସୁଯୋଗ ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବର୍ତ୍ତମାନର ସମସ୍ୟା ଓ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ନୂତନ ବ୍ୟବସ୍ଥା ସୃଷ୍ଟିର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରାଇସିନା କଥାବାର୍ତ୍ତାର ଷଷ୍ଠ ସଂସ୍କରଣକୁ ଭର୍ଚୁଆଲ୍‍ ଜରିଆରେ ଉଦ୍‍ଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଯେପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ପ୍ରତିବନ୍ଧକରୁ ମୁକ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ମାନବ ଜାତି ମହାମାରୀକୁ ପରାସ୍ତ କରିପାରିବ ନାହିଁ କହିଛନ୍ତି। ଏହାକୁ ମନରେ ରଖି ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଭାରତ ୮୦ଟି ଦେଶକୁ ପ୍ରତିଷେଧକ ଯୋଗାଇ ଦେଇଛି।

- Advertisement -


ଏହି ମହାମାରୀ ସମୟରେ ଭାରତ ତା’ର ଆଭିମୁଖ୍ୟକୁ କାର୍ଯ୍ୟରେ ଲଗାଇ ଏହାର ୧୩୦ କୋଟି ନାଗରିକଙ୍କୁ ସୁରକ୍ଷା ଦେବା ସହ ଅନ୍ୟ ଦେଶର ନାଗରିକମାନଙ୍କ ସୁରକ୍ଷାରେ ସହାୟତା ଯୋଗାଇ ଦେଇଛି। ଦାରିଦ୍ର୍ୟ ଏବଂ କ୍ଷୁଧା ଭଳି ସମସ୍ୟାର ସମାଧାନ ନିମନ୍ତେ ସହଯୋଗ ପାଇଁ ସେ ବିଶ୍ୱ ନେତୃତ୍ୱଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି। ମାନବ ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଇସିନା କଥାବାର୍ତ୍ତାର ଏହି ସଂସ୍କରଣ ଆୟୋଜିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି।

ଗୋଟିଏ ବର୍ଷ ଧରି ଏକ ବୈଶ୍ୱିକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିବାରେ ଲାଗିଛି। ଶହେବର୍ଷ ପୂର୍ବେ ଏହିଭଳି ବୈଶ୍ୱିକ ମହାମାରୀ ଦେଖାଦେଇଥିଲା। ବୈଜ୍ଞାନିକ, ଗବେଷକ ଏବଂ ଶିଳ୍ପ ଜଗତ ଭୂତାଣୁ କ’ଣ, ଏହା କିପରି ବ୍ୟାପେ ଏବଂ ଏହାର ବ୍ୟାପିବାର ଗତିକୁ କିଭଳି ମନ୍ଥର କରିହେବ, ସେ ବିଷୟରେ ଅନେକ ପ୍ରଶ୍ନର ଉତ୍ତର ଦେଇସାରିଛନ୍ତି। ଗୋଟିଏ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଆମ ସମାଜର ଶ୍ରେଷ୍ଠ ବିଚାରସଂପନ୍ନ ବ୍ୟକ୍ତିମାନେ ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି।

ରୁଆଣ୍ଡା ରାଷ୍ଟ୍ରତି ପଲ୍‍ କଗାମେ କହିଛନ୍ତି ପ୍ରତିଷେଧକ ଉପଲବ୍ଧତାରେ ସମାନତା ନଥିବାରୁ କୋଭିଡ ନାଇଣ୍ଟିନ୍‍ ଏକ ଅନ୍ତର୍ଜାତୀୟ ସହଯୋଗ ସଂକଟ ଭାବେ ଉଭା ହୋଇଛି। ଭାରତର ଉତ୍ପାଦନ କ୍ଷମତା ଏବଂ ସହଯୋଗ ଭାବନା ବିନା ଆଫ୍ରିକା ଏତେ ପରିମାଣରେ ପ୍ରତିଷେଧକ ପାଇପାରି ନଥାନ୍ତା ବୋଲି ସେ କହିଛନ୍ତି। ଏହା ଦ୍ୱାରା ଭାରତ ଓ ଆଫ୍ରିକା ମଧ୍ୟରେ ଅଧିକ ବେସରକାରୀ ସ୍ତରର ସହଯୋଗ ସମ୍ଭାବନା ସୃଷ୍ଟି ହୋଇପାରିଛି।

ମହାମାରୀ ପରବର୍ତ୍ତୀ ବିଶ୍ୱରେ ଜ୍ଞାନ, ଅଭିନବତା ଓ ସବୁଜ ଅର୍ଥନୀତି ଅଭିବୃଦ୍ଧିର ମୂଳମନ୍ତ୍ର ହେବ ବୋଲି ସେ କହିଛନ୍ତି।ଡେନ୍‍ମାର୍କ ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟ୍ଟେ ଫ୍ରେଡ୍ରିକ୍‍ସେନ୍‍ କହିଛନ୍ତି ବେସରକାରୀ କ୍ଷେତ୍ରର ସହଯୋଗ ଏବଂ ଜନସମର୍ଥନ ବିନା ସବୁଜ ଶିଳ୍ପ ବିପ୍ଳବ ସମ୍ଭବ ନୁହେଁ। ବିଶ୍ୱ ସ୍ତରରେ ସଂସ୍କାର, ରୂପାନ୍ତରଣ ଓ ପ୍ରଦର୍ଶନ ସକାଶେ ସମସ୍ତେ ଏକଜୁଟ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ କଗାମେ ଓ ସୁଶ୍ରୀ ଫ୍ରେଡ୍ରିକ୍‍ସେନ୍‍ ଏହି ସମ୍ମିଳନୀର ଉଦ୍‍ଘାଟନୀ ଅଧିବେଶନରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଅବ୍‍ଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories