www.samajalive.in
Tuesday, December 9, 2025
15.1 C
Bhubaneswar

ଆଇପିଏଲ-୨୦୨୧ : ମୁମ୍ବଇ-କେକେଆର୍ ମୁକାବିଲା ଆଜି

ଚେନ୍ନଇ :  ଚଳିତ ଆଇପିଏଲ୍‌ରେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମଙ୍ଗଳବାର ୨ୟ ମୁକାବିଲା ହେବାକୁ ଯାଉଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ଠାରୁ ଗତ ୨ ଥର ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ପରାସ୍ତ ହୋଇଥିଲା। ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷରେ ରବିବାର କେକେଆର୍‌ ବିଜୟୀ ହୋଇଥିଲା। ତେଣୁ କ୍ରମାଗତ ୨ୟ ମ୍ୟାଚ୍‌ ଜିତିବାକୁ କେକେଆର୍‌ ଏବଂ କ୍ରମାଗତ ୨ୟ ପରାଜୟରୁ ବଞ୍ଚିବାକୁ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରୟାସ କରିବେ। ମୁମ୍ବଇ ଇଣ୍ଡିଆନ୍‌ର ମଧ୍ୟକ୍ରମ ବିଫଳ ହେବାରୁ ଏହା ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ଆର୍‌ସିବି ପାଇଁ ହର୍ଷଲ ପଟେଲ ୫ଟି ୱିକେଟ ନେଇଥିବା ବେଳେ ଏବି ଡି’ଭିଲିଅର୍ସ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ସନ୍‌ରାଇଜର୍ସ ବିପକ୍ଷରେ କେକେଆର୍‌ର ନୀତୀଶ ରାଣା ଓ ରାହୁଲ ତ୍ରିପାଠୀ ଆକ୍ରମଣାତ୍ମକ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରସିଦ୍ଧ କ୍ରିଷ୍ଣା ଓ ପ୍ୟାଟ୍‌ କମିନ୍‌ସ ଭଲ ବୋଲିଂ କରିଥିଲେ।
ଆଇପିଏଲ୍‌ ଇତିହାସରେ ସବୁଠାରୁ ଏକପାଖିଆ ରେକର୍ଡ କେକେଆର୍‌ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ରହିଛି। ଉଭୟ ଦଳ ଅଦ୍ୟାବଧି ୨୭ଟି ମ୍ୟାଚ୍‌ ଖେଳିଥିବା ବେଳେ ମୁମ୍ବଇ ୨୧ଟି ଜିତିଥିବା ବେଳେ କେକେଆର୍‌ ମାତ୍ର ୬ଟି ମ୍ୟାଚ୍ ଜିତିଛି। ଏହି ରେକର୍ଡରେ ଉନ୍ନତି ଆଣିବାକୁ ଇଓନ୍ ମୋର୍ଗାନ୍‌ଙ୍କ ଦଳ ନିଶ୍ଚୟ ଚାହିଁବ। ପୁଣି ମୁମ୍ବଇ ଓ କେକେଆର୍‌ ମିଳିତ ଭାବେ ୭ଟି ଆଇପିଏଲ୍‌ ଟ୍ରଫି ଜିତିଛନ୍ତି। ମୁମ୍ବଇ ୫ ଥର ଓ କେକେଆର୍‌ ୨ ଥର ଏହି ଟାଇଟଲ ଜିତି ପାରିଛନ୍ତି। ତେବେ ମୁମ୍ବଇ ଦଳ ପ୍ରତି ଆଇପିଏଲ୍‌ରେ ପୂରା ଫର୍ମକୁ ଆସିବାକୁ କିଛି ସମୟ ନେଇଥାଏ। ଫର୍ମକୁ ଆସିଗଲେ ରୋହିତ ଶର୍ମାଙ୍କ ଦଳକୁ ପରାସ୍ତ କରିବା କଷ୍ଟକର। ଚେନ୍ନଇର ପିଚ୍‌ରେ ପୁଣି ଅଧିକ ରନ୍‌ହେବାର ସମ୍ଭାବନା ରହିଛି। ପ୍ରଥମ ମ୍ୟାଚ୍‌ ଜିତିଥିବା ଏକାଦଶରେ କୌଣସି ପରିବର୍ତ୍ତନ କରିବାକୁ କେକେଆର୍‌ ଚାହିଁବ ନାହିଁ। ସାକିବ୍ ଅଲ୍ ହାସନ୍ ଭଲ ବୋଲିଂ କରିଥିବାରୁ ସୁନୀଲ ନାରାୟଣଙ୍କୁ ଖେଳିବାର ସୁଯୋଗ ମିଳିନପାରେ। କମିନ୍‌ସ ବିଦେଶୀ ଫାଷ୍ଟବୋଲର ଭାବେ ଖେଳିବାର ନିଶ୍ଚିତ ଥିବା ବେଳେ ଲୋକି ଫର୍ଗୁସନ୍‌ଙ୍କୁ ବେଞ୍ଚ୍‌ରେ ବସିବାକୁ ପଡ଼ିବ। ଅନ୍ୟପକ୍ଷରେ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ କ୍ବିଣ୍ଟନ୍ ଡି କକ୍ ଓ ଆଡାମ୍ ମିଲ୍‌ନେ ଖେଳିବାକୁ ପ୍ରସ୍ତୁତ ଥିଲେ ହେଁ ଏହା ମଧ୍ୟ ଏକାଦଶରେ ପରିବର୍ତ୍ତନ କରିନପାରେ। କ୍ରିସ୍ ଲିନ୍ ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ଡି କକ୍‌ଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ମାର୍କୋ ଜାନ୍‌ସେନ୍ ପ୍ରଥମ ମ୍ୟାଚ୍‌ରେ ଭଲ ବୋଲିଂ କରିଥିବାରୁ ମିଲ୍‌ନେଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories