www.samajalive.in
Sunday, December 7, 2025
23.1 C
Bhubaneswar

ଉନ୍ନତ ଚିନ୍ତାଧାରା ଓ ଗୋଷ୍ଠୀଗତ ଉଦ୍ୟମ ପାଇଁ ଆଡ଼ପଡ଼ା ଗାଁ ପାଲଟିଛି ଜାତୀୟସ୍ତରୀୟ ଆକର୍ଷଣ

ବ୍ରହ୍ମପୁର: ନିପଟ ମଫସଲ। କିନ୍ତୁ ଉନ୍ନତ ଚିନ୍ତାଧାରା ଓ ଗୋଷ୍ଠୀଗତ ଉଦ୍ୟମ ପାଇଁ ଗାଁ ପାଲଟିଛି ଜାତୀୟସ୍ତରୀୟ ଆକର୍ଷଣ। ସରକାରୀ ଯୋଜନାର ସଫଳ ରୂପାୟନର ପ୍ରତିଶ୍ରୁତିବଦ୍ଧତା ଏବଂ ଅଦମ୍ୟ ନିଶା ଆଜି ଏହି ଗାଁଗୁଡିକ ପାଲଟିଛି ଲୋଭନୀୟ ସ୍ଥଳ। ଯେଉଁ ଅଞ୍ଚଳବାସୀ ଯେତିକି ସଚେତନ, ସେଇ ଅଞ୍ଚଳ ସେତିକି ବିକଶିତ । ଏହାକୁ ପ୍ରମାଣିତ କରିଛନ୍ତି ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ଆଡ଼ପଡ଼ା ପଞ୍ଚାୟତବାସୀ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନ୍‌ରେଗା) ହେଉ ଅବା ସରକାରଙ୍କ ଅନ୍ୟ ଗୋଷ୍ଠୀଗତ ଯୋଜନା, ସେଗୁଡ଼ିକର ସଫଳ ରୂପାୟନ ଯୋଗୁ ଆଡ଼ପଡ଼ା ପଞ୍ଚାୟତର ବଦଳି ଯାଇଛି ରୂପ । ପଞ୍ଚାୟତରେ ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଶିକ୍ଷା, ମନୋରଞ୍ଜନଠାରୁ ଗୃହପାଳିତ ପଶୁଙ୍କ ବାସସ୍ଥାନ ଆଦି ସମସ୍ତ ପ୍ରକାର ସୁବିଧା ଦେଖିବାକୁ ମିଳିଛି। ଏହି ପଞ୍ଚାୟତକୁ
ସାମାଜିକ-ଅର୍ଥନୈତିକ ବିକାଶକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ପ୍ରଦାନ କରାଯାଇଛି।


ଆଡ଼ପଡ଼ା ପଞ୍ଚାୟତରେ ରହିଛି ଆଡ଼ପଡ଼ା ସମେତ କଇଠବେଢ଼ା, ବାଲିଆ, ମହିଗୁଡ଼ା, ପେଣ୍ଡୁରାଲୁଣ୍ଡି ଗ୍ରାମ । ଆଡ଼ପଡ଼ାରେ ରହିଛି ପ୍ରସିଦ୍ଧ ଈଶାଣେଶ୍ବର ମନ୍ଦିର । ପୂର୍ବରୁ ମନ୍ଦିର ଆଖପାଖ ଅଞ୍ଚଳ ଆବର୍ଜନାମୟ ରହିଥିଲା । କିନ୍ତୁ ବର୍ତ୍ତମାନ ସେଠାରେ ଭଳିକି ଭଳି ଗଛ ଲଗାଯାଇଛି । ପ୍ରାକୃତିକ ପରିବେଶ ସମସ୍ତଙ୍କୁ ମୋହିତ କରୁଛି । ନିର୍ମାଣ କରାଯାଇଛି ପାର୍କ ଏବଂ ନିକଟରେ ଆଦର୍ଶ ପୋଖରୀ । ଉଭୟ ପାର୍କ ଏବଂ ପୋଖରୀ ପାଇଁ ପ୍ରାୟ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ମନରେଗାରେ ପାର୍କ ଓ ପୋଖରୀ ନିର୍ମାଣ ହେବା ସହ ସ୍ଥାନୀୟ ଲୋକଙ୍କୁ ଏଥିରେ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ଏହି ପାର୍କରେ ମୁକ୍ତାକାଶ ବ୍ୟାୟାମଶାଳା ସହ ରହିଛି ପିଲାଙ୍କ ଖେଳନା, ଚଲାପଥ, ଘାସ, ଗଛ ଏବଂ ବିଭିନ୍ନ ପ୍ରକାର ଆକର୍ଷଣୀୟ ମୂର୍ତ୍ତି । ସେହିଭଳି ଯେଉଁ ପୋଖରୀ ଏକଦା ବ୍ୟବହାର ଅନୁପଯୋଗ ଥିଲା, ବର୍ତ୍ତମାନ ତାହା ବ୍ୟବହାର ଯୋଗ୍ୟ ହୋଇପାରିଛି । ଗାର୍ଡୱାଲ, ପଥର ପାହାଚ ସହ ଅନ୍ୟ କାମ ପୋଖରୀକୁ ଆକର୍ଷଣୀୟ କରିଛି। ଗୃହପାଳିତଙ୍କ ପାଇଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ୧୬ଟି ଗୋଶାଳା ନିର୍ମାଣ କରାଯାଇଛି । ମନରେଗାରେ ପ୍ରତି ଗୋଶାଳାକୁ ମିଳିଥିଲା ୧ ଲକ୍ଷ ୩୫ ହଜାର ଟଙ୍କା । ପୂର୍ବରୁ ଗୃହପାଳିତ ପଶୁଙ୍କୁ ରଖିବା ପାଇଁ ଜାଗା ଅଭାବ ଥିଲା । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅନେକ ପଶୁଙ୍କ ମୃତ୍ୟୁ ହେଉଥିଲା । ହେଲେ ଏବେ ଗୋଶାଳାରେ ସେମାନେ ସୁରକ୍ଷିତ ରହୁଛନ୍ତି । ଆଗାମୀ ଦିନରେ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ପଞ୍ଚାୟତରେ ଏକ ଗୋ-ହୋଷ୍ଟେଲ୍‌ ନିର୍ମାଣ କରାଯିବାର ଯୋଜନା ରହିଛି । ପଞ୍ଚାୟତରେ ଗୋଟିଏ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି । ସରକାରଙ୍କ ତରଫରୁ ୩ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲେ ମଧ୍ୟ ପଞ୍ଚାୟତବାସୀ ବଳକା ଟଙ୍କା ନିଜେ ପ୍ରଦାନ କରି ଶୌଚାଳୟ ନିର୍ମାଣ କାମ ଶେଷ କରିଛନ୍ତି।

- Advertisement -


ପାନୀୟ ଜଳ ସମସ୍ୟା ପଞ୍ଚାୟତର ଏକ ପୁରୁଣା ସମସ୍ୟା ରହିଥିଲା । ଆଡ଼ପଡ଼ା ଗାଁରେ ପୂର୍ବରୁ ଗୋଟିଏ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଥିଲା । ଏହି ପ୍ରକଳ୍ପରୁ ଆଡ଼ପଡ଼ା ଏବଂ ପେଣ୍ଡୁରାଲୁଣ୍ଡି ଗାଁବାସୀ ନିର୍ଭର କରୁଥିବା ବେଳେ ତାହା ଖରାପ ହୋଇଯାଇଥିଲା । ବର୍ତ୍ତମାନ ଏହାକୁ ସଜଡ଼ା ଯିବା ସହ ମହିଗୁଡ଼ାଠାରେ ଆଉ ଏକ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ମାଣିକେଶ୍ବରୀ ବିଦ୍ୟାପୀଠର ମଧ୍ୟ ଉନ୍ନତିକରଣ ହୋଇଛି । ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲରେ ୧୬ଟି ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ପ୍ରାୟ ୧୫ ଲକ୍ଷ ଟଙ୍କାରେ ପାଚେରୀ ନିର୍ମାଣ ସହ ୫ ଲକ୍ଷ ଟଙ୍କାରେ ପିଲାଙ୍କ ପାଇଁ ଆସବାବପତ୍ର କିଣାଯାଇଛି । ଶୌଚାଳୟ ମଧ୍ୟ ନିର୍ମାଣ ହୋଇଛି । କଇଠବେଢ଼ା, ବାଲିଆ, ମହିଗୁଡ଼ା, ପେଣ୍ଡୁରାଲୁଣ୍ଡି ଗ୍ରାମରେ ଷ୍ଟ୍ରିଟ ଲାଇଟ ଲଗା ଯାଇଛି । ଏହି ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ଆଡ଼ପଡ଼ାରେ ଅବସ୍ଥିତ । ଏହି ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ସହ ଜନସାଧାରଣଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି ବୋଲି ସରପଞ୍ଚ ନୀଳମାଧବ ରାଉତ ପ୍ରକାଶ କରିଛନ୍ତି । ପଞ୍ଚାୟତର ଏହି ବିକାଶମୂଳକ କାର୍ଯ୍ୟରେ ଈଶାଣେଶ୍ବର ମନ୍ଦିର ଉନ୍ନୟନ କମିଟି ଏବଂ ଏବଂ ଈଶାଣେଶ୍ବର ପାଠାଗାର ସମେତ ଗ୍ରାମବାସୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଗାମୀଦିନରେ ପଞ୍ଚାୟତରେ ଆଉ କେତେକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଯୋଜନା ରହିଥିବା ପ୍ରକାଶ କରିଛନ୍ତି କମିଟିର ସଭାପତି ବନମାଳୀ ପ୍ରଧାନ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories