www.samajalive.in
Tuesday, December 9, 2025
26.1 C
Bhubaneswar

୨୭ ବର୍ଷ ସାଧନାର ଫଳ: ‘ରାମ ନାମ’ ଅକ୍ଷରରେ ରାମାୟଣ ଲେଖା

ବସ୍ତା: ସାଧନାରେ ମିଳେ ସିଦ୍ଧି। ଅସାଧାରଣ, ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ବି ସମ୍ଭବ ହୋଇପାରିଥାଏ। ଏହାକୁ ନିଜ ଲିଖନକଳା​‌େ​‌ର ପ୍ରମାଣ କରିଛନ୍ତି ସତ୍ୟନାରାୟଣ। ସେ କହନ୍ତି କଲମ ଧରି ରାମ ଶବ୍ଦ ଲେଖିବାବେଳେ ଏହି ଦୁଇଟି ଅକ୍ଷର ମଧ୍ୟରେ ଅନେକ ରାମ ଶବ୍ଦ ଲେଖିଥାନ୍ତି। ଏଭଳି ଲିଖନ ଅଭ୍ୟାସ ପାଇଁ ତାଙ୍କୁ ବହୁ ସାଧନା କରିବାକୁ ପଡ଼ିଛି। ରାମ ରାମ ଅକ୍ଷର ଉପରେ ସେ ସାତ ଖଣ୍ଡ ରାମାୟଣ ଲେଖା ସମ୍ପନ୍ନ କରିଛନ୍ତି। ତୁଳସୀ ଦାସଙ୍କ ରଚିତ ୭ ଖଣ୍ଡ ରାମାୟଣକୁ ସେ ଏଭଳିଶୈଳୀରେ ଲେଖିବା କାର୍ଯ୍ୟ ୧୯୯୨ରୁ ଆରମ୍ଭ କରିଥିଲେ। ଦିନକୁ ଦୁଇ ଘଣ୍ଟା ପରିଶ୍ରମ କରି ୨୭ ବର୍ଷ ମଧ୍ୟରେ ସେ ୧୨୬୦ ପୃଷ୍ଠାର ରାମାୟଣ ପଦାବଳୀ ଲେଖିବା ଶେଷ କରିଛନ୍ତି। ତୁଳସୀ ଦାସଙ୍କ ରାମାୟଣର ସୁନ୍ଦରକାଣ୍ଡରେ ସୀତାଙ୍କୁ ଠାବ କରିବା ପାଇଁ ରାମଚନ୍ଦ୍ର ହନୁମାନଙ୍କୁ କେମିତି ପଠାଇଥିଲେ ସେ ସବୁର ବର୍ଣ୍ଣନା ରହିଛି। ସେ ଏଭଳି ବର୍ଣ୍ଣନାକୁ ଅଲଗା କରି ୭୮ ପୃଷ୍ଠାରେ ସୁନ୍ଦରକାଣ୍ଡକୁ ମଧ୍ୟ ଲେଖିଛନ୍ତି। ଏହି ଲେଖାକୁ ନେଇ ସେ କଲିକତାରେ ପ୍ରଥମ ପର୍ଯ୍ୟାୟରେ ୧୫୦୦ ବହି ଛପାଇ ଆଣିଥିଲେ। ପୁନଶ୍ଚ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦୦୦ ବହି ଛପାଇ ଲୋକଙ୍କୁ ବାଣ୍ଟିଛନ୍ତି। ଏବେ ୨ ହଜାର ବହି ଛାପିବାକୁ ଦେଇଛନ୍ତି। ଏଭଳି କାର୍ଯ୍ୟ ପାଇଁ ପରିବାରର ଲୋକେ ତାଙ୍କୁ ଉତ୍ସାହିତ କରି ଆସିଛନ୍ତି।

 

- Advertisement -

୧୯୫୭ ଫେବୃଆରୀ ୨ରେ ସତ୍ୟନାରାୟଣଙ୍କ ଜନ୍ମ ରାଜସ୍ଥାନର ବିକାନୀରରେ। ତାଙ୍କ ବାପା ସ୍ୱର୍ଗତ ଦୁଲିଚାନ୍ଦ କର୍ଣ୍ଣାନୀ ଓଡ଼ିଶାରେ ବ୍ୟବସାୟ ଆରମ୍ଭ କରିଥିଲେ। ସତ୍ୟନାରାୟଣ ତାଙ୍କର ଏକମାତ୍ର ପୁତ୍ର। ତାଙ୍କୁ ମାତ୍ର ୨ ବର୍ଷ ହୋଇଥିବାବେଳେ ପିତାଙ୍କ ସହ ସେ ଆସି ବାଲେଶ୍ୱର ବସ୍ତାରେ ରହିଥିଲେ। ସତ୍ୟନାରାୟଣ ପାଠ ପଢ଼ି ବଡ଼ ହେବା ପରେ ୧୯୭୦ ମସିହାରୁ ବାପାଙ୍କ ସହ ଖଲିପତ୍ର ବ୍ୟବସାୟ ଆରମ୍ଭ କରିଥିଲେ। ସତ୍ୟଙ୍କ ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ। ବ୍ୟବସାୟ ସହ ସତ୍ୟନାରାୟଣ ସବୁବେଳେ ଆଧ୍ୟାତ୍ମିକ ଚିନ୍ତନ କରୁଥିଲେ। ୨୭ ବର୍ଷ ତଳେ ଜଣେ ବ୍ୟବସାୟୀ ଏକ ଖାତାରେ ରାମ ରାମ ଲେଖୁଥିବା ତାଙ୍କ ନଜରକୁ ଆସିଥିଲା। ସେହିଦିନଠାରୁ ସେ ରାମ ଶବ୍ଦକୁ ଅକ୍ଷର ରୂପରେ ସଜାଇ ଲେଖିବା ଅଭ୍ୟାସ ଆରମ୍ଭ କରିଥିଲେ। ପ୍ରବଳ ଇଚ୍ଛାଶକ୍ତି ବୃଦ୍ଧି ପାଇବାରୁ ସେ ପ୍ରଥମେ ହନୁମାନ ଚାଳିଶା ଲେଖି ପରେ ରାମାୟଣ ଲିଖନ ଆରମ୍ଭ କରିଥିଲେ। ସେ କହିଥିଲେ ପବନକୁ ଯେଭଳି ଦେଖି ହୁଏନା କିନ୍ତୁ ଅନୁଭବ କରିହୁଏ, ଈଶ୍ୱର ଠିକ ସେହିଭଳି। ଈଶ୍ୱର ବିଶ୍ୱାସ ଦ୍ୱାର ଅସାଧାରଣ କାର୍ଯ୍ୟ ସମ୍ଭବ ହୋଇଥାଏ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories