www.samajalive.in
Sunday, December 7, 2025
23.1 C
Bhubaneswar

କୌଶଲ୍ୟାଗଙ୍ଗ ମଣ୍ଡଳରେ ଆଶ୍ରୀତଙ୍କ ପ୍ରଚାର

ପିପିଲି : ପିପିଲି ଉପନିର୍ବାଚନକୁ ଆଉମାତ୍ର ୮ ଦିନ ବାକି ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ଦଳୀୟ ପ୍ରଚାରକୁ ଶାଣିତ କରିଛି। ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ଶୁକ୍ରବାର ପିପିଲି ବ୍ଲକର କୌଶଲ୍ୟାଗଙ୍ଗ ମଣ୍ଡଳର ୫ଟି ପଞ୍ଚାୟତରେ ନିଜ ସମର୍ଥକଙ୍କ ଗହଣରେ ଗାଁକୁ ଗାଁ ବୁଲି ଜୋରଦାର ପ୍ରଚାର କରିଥିଲେ। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ବିଜେପି ନେତା ଓମପ୍ରକାଶ ମିଶ୍ର ଓ ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ରଙ୍କ ସମେତ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଶ୍ରୀପଟ୍ଟନାୟକ ପୋପରଙ୍ଗା, ଓରକଳ, ଭାରତୀପୁର, ପାଣିଦୋଳ ଓ କଣ୍ଟି ପଞ୍ଚାୟତର ବିଭିନ୍ନ ଗାଁରେ ଘରକୁ ଘର ବୁଲି ଭୋଟ୍‍ ଭିକ୍ଷା କରିଥିଲେ। ନିର୍ବାଚନମଣ୍ଡଳୀରେ ଶାନ୍ତି ଓ ପ୍ରଗତି ପାଇଁ ମାତ୍ର ୩୫ ମାସର ସୁଯୋଗ ଦେବାକୁ ସେ ଭୋଟରମାନଙ୍କୁ ଯୋଡ଼ ହସ୍ତରେ ନିବେଦନ କରିଥିଲେ। ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ସେ ଅଞ୍ଚଳର ଦୁର୍ନିତୀ, ଭ୍ରଷ୍ଟାଚାର ଓ ରାଜ୍ୟ ସରକାରଙ୍କ ସ୍ଥାଣୁତା ସଂପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ କେନ୍ଦ୍ର ବିଜେପି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories