www.samajalive.in
Sunday, December 7, 2025
14.1 C
Bhubaneswar

ଇତିହାସ କେବଳ ଅତୀତର ଅଧ୍ୟାୟ ନୁହେଁ, ଭବିଷ୍ୟତ ପାଇଁ ଏକ ଦର୍ପଣ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ପୁସ୍ତକ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ। ଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନାସନାଲ ସେଣ୍ଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ବହିର ଅନାବରଣ କରାଯାଇଛି। ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ଏହି ପୁସ୍ତକଟିକୁ ଶଙ୍କରଲାଲ୍‌ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ରଚିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦିତ ପୁସ୍ତକ ଉନ୍ମୋଚନ କରି କହିଛନ୍ତି ଯେ ଇତିହାସ କେବଳ ଅତୀତର ଅଧ୍ୟାୟ ନୁହେଁ, ଭବିଷ୍ୟତ ପାଇଁ ଏକ ଦର୍ପଣ। ଏହି ଧାରଣାକୁ ଆଗରେ ରଖି ଆଜି ଅମୃତ ମହୋତ୍ସବରେ ଦେଶ ସ୍ୱାଧୀନତାର ଇତିହାସକୁ ନବୀକରଣ କରୁଛି। ଏହି ପରିପ୍ରେକ୍ଷିରେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବର୍ଷରେ ଏହି ‘ଓଡ଼ିଶା ଇତିହାସ’ ବହିଟି ହିନ୍ଦୀରେ ପ୍ରକାଶିତ ହୋଇଛି। ଡକ୍ଟର ହରେକୃଷ୍ଣ ମହତାବ ହେଉଛନ୍ତି ଏଭଳି ବ୍ୟକ୍ତିତ୍ୱ ଯିଏ ଇତିହାସ ସୃଷ୍ଟି କରିଛନ୍ତି, ଆଉ ଇତିହାସ ଲେଖିଛନ୍ତି। ଏପିରି ମହାନ ବ୍ୟକ୍ତିମାନେ ଇତିହାସର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ସେ ଜଣେ ଅନନ୍ୟ ନେତା ଯିଏ ଦେଶର ସ୍ୱାଧୀନତା ରକ୍ଷା କରିବା ସହିତ ଗଣତନ୍ତ୍ର ପାଇଁ ଜେଲ ଯାଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପରି ବ୍ୟକ୍ତିତ୍ୱ ବିରଳ। ସେ ‘ଓଡ଼ିଶା ଇତିହାସ’ ଲେଖିଛନ୍ତି। ଓଡ଼ିଶାର ବିବିଧତାଭରା ଇତିହାସ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ଡକ୍ଟର ମହତାବଙ୍କ ଓଡ଼ିଶା ଇତିହାସ ବହି ପଢ଼ି ଜଣେ ସହଜରେ ଓଡ଼ିଶାର ଇତିହାସ ସମ୍ପର୍କରେ ଜାଣିପାରିବ। ଏହି ପୁସ୍ତକର ହିନ୍ଦୀ ଅନୁବାଦ ଦ୍ୱାରା ଓଡ଼ିଶା ଇତିହାସ ଦେଶର ସବୁ ଲୋକଙ୍କ ପାଖରେ ପହଞ୍ଚିବା ସହଜ ହେବ। ଓଡ଼ିଶା ଇତିହାସରୁ ଆମକୁ ପୂରା ଭାରତର ସାମର୍ଥ୍ୟ ଦେଖିବାକୁ ମିଳେ।

ଡକ୍ଟର ହରେକୃଷ୍ଣ ମହତାବ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ଯୋଦ୍ଧା ଥିଲେ। ସେ ଅହମ୍ମଦନଗର ଦୁର୍ଗ ଜେଲରେ ‘ଓଡିଶା ଇତିହାସ’ ପୁସ୍ତକ ଲେଖିଥିଲେ ଯେଉଁଠାରେ ସେ ୧୯୪୨ ରୁ ୪୫ ବର୍ଷ ପର୍ଯ୍ୟନ୍ତ ଦୁଇ ବର୍ଷରୁ ଅଧିକ ଜେଲରେ ରହିଥିଲେ। ଏ ବର୍ଷ ମଧ୍ୟ ପୂରଣ ହେଉଛି ହରେକୃଷ୍ଣ ମହତାବ କଲେଜ ପଢ଼ା ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାର ୧୦୦ ବର୍ଷ। ଗାନ୍ଧୀଜୀ ଦାଣ୍ଡି ଯାତ୍ରା ଆରମ୍ଭ କରିବା ସମୟରେ ସେ ଓଡ଼ିଶାର ନେତୃତ୍ୱ ନେଇଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମହତାବ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ। କ୍ଷମତାସୀନ ଥାଇ ସୁଦ୍ଧା ସେ ନିଜକୁ ଜଣେ ସ୍ୱାଧୀନତା ସଂଗ୍ରାମୀ ବୋଲି ବିଚାରୁଥିଲେ ଏବଂ ଜୀବନବ୍ୟାପୀ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ହିଁ ଥିଲେ। ଭାରତୀୟ ସ୍ୱାଧୀନତା ଇତିହାସର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ଡକ୍ଟର ହରେକୃଷ୍ଣ ମହତାବ ୧୯୪୬ରୁ ୧୯୫୦ ଏବଂ ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories