www.samajalive.in
Wednesday, December 10, 2025
15.1 C
Bhubaneswar

ଗୋଲାପ, ପଣା ଓ ଚକୋଲେଟ ଦେଇ ଯାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି

ମାହାଙ୍ଗା : ଅସହ୍ୟ ଗୁଳୁଗୁଳି ଓ ଖରା ତାତି ସାଙ୍ଗକୁ କରୋନା ସଂକ୍ରମଣ ଭୟ। ସାଧାରଣ ଜନତା, ଗାଡି ଚାଳକ ଓ ପଥଯାତ୍ରୀଙ୍କୁ ସୁରକ୍ଷିତ କରିବାପାଇଁ ଆଗେଇ ଆସିଛି କଟକ ଜିଲ୍ଲା ମାହାଙ୍ଗା ଅଂଚଳର ଅନ୍ୟତମ ସାମାଜିକ ସଂଗଠନ କଳିଙ୍ଗ ସମାଜ ସେବା ଅନୁଷ୍ଠାନ। ଶୀତ ଦିନେ ରାସ୍ତାକଡର ଅସହାୟଙ୍କୁ କମ୍ବଳ ବଣ୍ଟା ଠାରୁ ଆରମ୍ଭ କରି ଅସହାୟ ଗରିବ ଲୋକର ଗୃହ ନିର୍ମାଣ, ଅଗ୍ନିବିପନ୍ନ ଓ ଗରିବ ଦୂରାରୋଗୀଙ୍କୁ ବିଭିନ୍ନ ସମୟରେ ସହାୟତା ପ୍ରଦାନ କରିଆସୁଥିବା ଏହି ଅନୁଷ୍ଠାନ ଏବେ ମାହାଙ୍ଗା ବ୍ଲକ ମୁଖ୍ୟାଳୟ କୁଆଁପାଳ ନିକଟସ୍ଥ ବିରୂପା ନଦୀପୋଲ ରାସ୍ତା ଛକ ନିକଟରେ ଅସ୍ଥାୟୀ ଜଳଛତ୍ର ସ୍ଥାପନ କରି ସାଧାରଣ ବାଟୋଇଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ପ୍ରୟାସ ଆରମ୍ଭ କରିବା ସହ କରୋନା ସଚେତନତା ସୃଷ୍ଟି କରିଛି। ଏହି ଅବସରରେ ଉଦଘାଟକ ଭାବେ ମାହାଙ୍ଗା ଥାନା ଆଇଆଇସି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଖରା ମାସ ପାଇଁ ନିୟମିତ ଜଳଛତ୍ରକୁ ଉଦଘାଟନ କରିଛନ୍ତି।

ଏଥିସହ କରୋନା ସଚେତନତା, ସଡ଼କ ସୁରକ୍ଷା ସହିତ ମାକ୍ସ ବଣ୍ଟନ କରି ସଚେତନଶୀଳ ଗାଡି ଚାଳକଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସ୍ୱାଗତ କରାଯାଇଛି, ଏଭଳି ସମାଜ ସେବା କାର୍ଯ୍ୟରେ ମାହାଙ୍ଗା ଥାନା ଆଇଆଇସି ଓ ଅନ୍ୟ ପୁଲିସ ଅଧିକାରୀ ଓ ମାହାଙ୍ଗା ପ୍ରେସ କ୍ଲବର ସାମ୍ବାଦିକ ମାନେ ଉପସ୍ଥିତ ରହି ପଣା ଫୁଲ ବାଣ୍ଟି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି। ସେବା ସଂଗଠନର ପ୍ରତିଷ୍ଠାତା ଉତ୍କଳ ରଞ୍ଜନ ସେଠୀ, ସଭାପତି ରାଜେଶ କୁମାର ପଳେଇ, ପ୍ରଦ୍ୟୁମ୍ନ ସାମନ୍ତରାୟ, ସୁଶାନ୍ତ ଦାସ ପଙ୍କଜ ବଳ, ସୁରେଶ ଭଞ୍ଜ, ନରେନ୍ଦ୍ର ବେହେରା, ପଦ୍ମିନୀ କିନ୍ନର, ସଞ୍ଜୟ ପଣ୍ଡା ଲଷ୍ମୀଧର ସାମଲ, ବିକ୍ରମ ନାୟକଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ, ଏହି ଅବସରରେ ସଂଗଠନର ବରିଷ୍ଠ ସଭ୍ୟ ତଥା ଶିକ୍ଷକ ସୁରେନ୍ଦ୍ର ଭଞ୍ଜଙ୍କୁ ସମାଜସେବା କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ଆଇଆଇସି ପ୍ରଧାନ ଓ ସମ୍ମାନିତ ଅତିଥି ବିଦ୍ୟତ ବିଭାଗ ଉପଖଣ୍ଡ ଅଧିକାରୀ ମାନସ ଦଳାଇ ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ, ସଂଗଠନର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ଉଚପ୍ରଶଂସା କରାଯାଇଛି

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories