www.samajalive.in
Sunday, December 7, 2025
16.1 C
Bhubaneswar

ଆବାସ ଯୋଜନା ସାତ ସପନ : ଭଙ୍ଗା ଦଦରା ଘରେ ବିତୁଛି ତିନି ପ୍ରାଣୀଙ୍କ ଜୀବନ

କଲମପୁର : ସରକାର ଘୋଷଣା କରୁଛନ୍ତି କେହି ମାଟି କୁଡିଆରେ ରହିବେ ନାହିଁ। ସମସ୍ତଙ୍କ ପାଇଁ ପକ୍କା ଘର ଯୋଗାଇ ଦିଆଯିବ। ଏଥିପାଇଁ ଆବାସ ଯୋଜନା ମାଧ୍ୟମରେ ରିତିମତ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ଅନୁଦାନ। ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ତିଆରି ହେଇଛି ଏକ ତାଲିକା। ଅନେକ ସ୍ୱଚ୍ଛଳ ବର୍ଗର ଲୋକ ଏହିତାଲିକା ଭୁକ୍ତ ହେଇ ସରକାରୀ ଯୋଜନା ହାତେଇ ନେଉଥିବା ବେଳେ ଅତ୍ୟନ୍ତ ଅସହାୟ ଗରିବ କଲମପୁର ବ୍ଲକ କୋଟାଗାଁ ପଞ୍ଚାୟତ ଅଧିନସ୍ଥ ଖଣ୍ଡିଡଙ୍ଗରୀଗୁଡା ଗାଁ ର ନଳିନୀ ନିଆଲ ଓ ତାର ସ୍ତ୍ରୀ ହେମ ନିଆଲର ନାଁ ନାହିଁ। ଏମାନେ ଗରିବ ଶ୍ରମିକ ପରିବାର। ପର ଘରେ ମୂଲ ଲାଗିଲେ ଘର ଚୁଲି ଜଳେ। ସମ୍ପତ୍ତି କହିଲେ ଘର ଡିହ ଖଣ୍ଡକ। ଘର ଖଣ୍ଡକ ତିଆରି ପାଇଁ ଏମାନଙ୍କ ପାଖରେ ସମ୍ବଳର ଅଭାବ। ଯେଉଁଥିପାଇଁ ଭଙ୍ଗା ଦଦରା ଘରେ ଅସହାୟ ଭାବେ ଦିନ ଅତିବାହିତ କରୁଛନ୍ତି ପରିବାରର ଏକ ଶିଶୁ ସମେତ ତିନି ପ୍ରାଣୀ କୁଟୁମ୍ବ । ବର୍ଷା ଦିନେ ପାଣି ଗଳି କାନ୍ଥରୁ ମାଟି ଅତଡା ଖସୁଥିବା ବେଳେ ଖରା ଦିନେ ସୂର୍ଯ୍ୟଙ୍କ ତାପ ଘର ଭିତରେ ପଡ଼ି ରହୁଛି। ମାଟି କୁଡିଆ ଏବେ ଭଙ୍ଗା ଦଦରା ହେଇ ବିପଦ ସଂକୁଳ ଅବସ୍ଥାରେ। ଛାତ ଉପରେ ପଲିଥିନ ଘୋଡାଇ ଥିବା ବେଳେ ମାଟି କାନ୍ଥ ଭାଙ୍ଗିବାରେ ଲାଗିଛି। ଯଦି ଦୈବାତ ଘର ଭାଙ୍ଗିଯାଏ ତେବେ ପରିବାରର ତିନି ପ୍ରାଣୀଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ଏହି ପରିବାରର ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ତରଫରୁ ଆବାସ ଯୋଜନାରେ ଘର ତିଆରି ପାଇଁ ସହାୟତା ଯୋଗାଇ ଦିଆଗଲେ ପରିବାର ଉପକୃତ ହେଇ ପାରନ୍ତେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories