www.samajalive.in
Sunday, December 7, 2025
26.1 C
Bhubaneswar

ମଝିରୁ ଦୁଇଖଣ୍ଡ ହୋଇଗଲା ଚଳନ୍ତା ଟ୍ରେନ

ଦୁଇଖଣ୍ଡ ହୋଇଗଲା ଚଳନ୍ତା ଏକ୍ସପ୍ରେସ ଟ୍ରେନ। ମଝିରୁ ଦୁଇଖଣ୍ଡ ହୋଇଯିବା ପରେ ଟ୍ରେନର ଗୋଟିଏ ଅଂଶ ଆଗକୁ ଚାଲିଯାଇଥିବାବେଳେ ଅନ୍ୟ ଅଂଶଟି ବାଟରେ ଅଟକି ରହିଯାଇଥିଲା। ଲକ୍ଷ୍ନୌରେ ସପ୍ତକାନ୍ତି ସୁରରଫାଷ୍ଟ ଏକ୍ସପ୍ରେସ ଟ୍ରେନ ସହିତ ଏପରି ଘଟିଛି। କପଲିଂ ଭାଙ୍ଗିଯିବାରୁ ଏପରି ଘଟିଥିବା ଜଣାପଡ଼ିଛି। ଘଟଣା ପରେ ରେଲୱେ କଂଟ୍ରୋଲ ରୁମ୍‌କୁ ସୂଚନା ଦିଆଯାଇଥିଲା। କର୍ମଚାରୀ ପହଞ୍ଚି ଟ୍ରେନକୁ ଯୋଡ଼ିଥିଲେ।

ସୂଚନା ଅନୁସାରେ ଟ୍ରେନଟି ଆନନ୍ଦ ବିହାରରୁ ମୁଜଫ୍ଫରପୁର ଯାଉଥିଲା। ଶୁକ୍ରବାର ରାତି ପ୍ରାୟ ୧୦ଟା ୪୫ରେ ଟ୍ରେନଟି ଲକ୍ଷ୍ନୌ ଆସିଥାଏ ଏବଂ ୧୦ ମିନିଟ ରହିବା ପରେ ବିହାରର ମୁଜଫ୍ଫରପୁର ଚାଲିଯାଇଥାଏ। ତେବେ ଟ୍ରେନଟି କାକୋରୀ ଷ୍ଟେଶନରେ ପହଞ୍ଚିବା ପରେ ଟ୍ରେନର କପଲିଂ ଭାଙ୍ଗିଯାଇଥିଲା ଏବଂ ଟ୍ରେନ ମଝିରୁ ଦୁଇଖଣ୍ଡ ହୋଇଯାଇଥିଲା।

- Advertisement -

ଏହା ଜଣାପଡ଼ିବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗାର୍ଡ ଏ ନେଇ ରେଲୱେ କଂଟ୍ରୋଲ ରୁମ୍‌କୁ ସୂଚନା ଦେଇଥିଲେ। ଡ୍ରାଇଭର ଏବଂ ଗାର୍ଡଙ୍କ ତ୍ଵରିତ ପଦକ୍ଷେପ ଯୋଗୁ ଅଧା ବାଟରେ ରହିଯାଇଥିବା ଟ୍ରେନଟିର ଅଂଶ କୌଣସି ପ୍ରକାର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories