www.samajalive.in
Tuesday, December 9, 2025
23.1 C
Bhubaneswar

ମା’ ମାଟିକୁ ଭୁଲି ହୁଏନା, ସୁଦୂର ସ୍ୱିଡ଼େନରୁ ଉତ୍କଳ ଦିବସରେ ଶୃତକୀର୍ତ୍ତିଙ୍କ ‘ମୋ ଓଡିଶା’

ଯିଏ ଯେଉଁଠି ରହିଥାଉ, ଦେଶ ଭିତରେ ହେଉ କି ବିଦେଶରେ, ମା’ ଓ ମାଟିକୁ କେବେ ଭୁଲି ହୁଏନା। ନିଜ ଚିନ୍ତା ଓ ଚେତନାରେ ଆପଣା ଲୋକଙ୍କ କଥା, ସଂସ୍କୃତି, ବାର ମାସରେ ତେର ପର୍ବ ଓ ମାତୃଭାଷାର ମହକ ତା ପ୍ରିୟ ମାଟିକୁ ଆପଣାର କରି ରଖିଥାଏ। ଆଜି ଉତ୍କଳ ଦିବସ ଅବସରରେ ସୁଦୂର ସ୍ୱିଡ଼େନର ଗୋଥେନବର୍ଗରେ କାର୍ଯ୍ୟ କରୁଥିବା ଓଡ଼ିଶାର ଝିଅ ଶୃତକୀର୍ତ୍ତି ମନେ ପକାଉଛନ୍ତି ନିଜ ମା’ ମାଟି ଓଡିଶାକୁ।

ସେ ଏକ ଭିଡିଓରେ ‘ମୋ ଓଡିଶା’ ଗୀତ ଗାଇବା ସହ ଉତ୍କଳ ଦିବସର ବାର୍ତ୍ତା ପ୍ରଚାର କରିଛନ୍ତି। ଇନଫୋସିସ ପକ୍ଷରୁ ଚୟନ ହେବା ପରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ରାହାଣିଆ ଗ୍ରାମର ସୁଧୀର ଚନ୍ଦ୍ର ବେହୁରା ଓ ପ୍ରତିମା ବେହୁରାଙ୍କ ବଡ ଝିଅ ଶୃତକୀର୍ତ୍ତି ବେହୁରା ଗତ ଦୁଇ ବର୍ଷ ସୁଦୂର ସ୍ୱିଡ଼େନରେ କାର୍ଯ୍ୟରତ ଅଛନ୍ତି। ସେ କହିଛନ୍ତି ଯେ ଆଜି ଉତ୍କଳ ଦିବସରେ ସେ ଯଦିଓ ଓଡ଼ିଶାରେ ନାହାନ୍ତି କିନ୍ତୁ ତାଙ୍କର ପ୍ରତ୍ୟକଟି ଭାବନାରେ ସେ ନିଜ ପ୍ରଦେଶର ମାଟି, ପାଣି, ପବନର ଅପୂର୍ବ ଆନନ୍ଦ ଅନୁଭବ କରୁଛନ୍ତି। ଓଡ଼ିଆ ଭାଷାକୁ ମିଠା ଭାଷା କହିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁ ମହାମନିଷୀମାନେ ଯୋଗ ଦେଇଥିଲେ, ସେ ସେମାନଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories