www.samajalive.in
Tuesday, December 9, 2025
16.1 C
Bhubaneswar

ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ ଗୃହରେ ହଙ୍ଗାମା : ପୁର୍ନବିଚାର ଆବେଦନ କରିବେ ସରକାର

-ପୋଡିୟମ ବାଡେଇ ପ୍ରତିବାଦ କଲେ ବିରୋଧୀ,-ବାରମ୍ବାର ଗୃହ ମୁଲତବି; ବାଚସ୍ପତିଙ୍କ ରୁଲିଂ
ଭୁବନେଶ୍ବର : ରାଜ୍ୟରେ କୋଭିଡ଼ ମହାମାରୀ ଯୋଗୁଁ ଲୋକେ ଜୀବନ ଜୀବିକା ହରାଇ ଛଟପଟ ହେଉଛନ୍ତି, ଏହା ସରକାରଙ୍କୁ ଦେଖାଯାଉନାହିଁ। ଗତ ୫ ମାସ ତଳେ ବିଜୁଳି ୟୁନିଟ୍‌ ପିଛା ୨୦ ପଇସା ଦର ବୃଦ୍ଧି କରିଥିବା ବେଳେ ଏବେ ପୁଣି ୩୦ ପଇସା ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ବିଦ୍ୟୁତ୍ ଦର ବୃଦ୍ଧି ଗରିବଙ୍କ ମୁଣ୍ଡରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ବୋଲି କହି ବିରୋଧୀ ବିଜେପି ଓ କଂଗ୍ରେସ ବୁଧବାର ପ୍ରଶ୍ନକାଳଠାରୁ ଆରମ୍ଭ କରି ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନା ପର୍ଯ୍ୟନ୍ତ ସରକାରଙ୍କୁ ନାକେଦମ କରିଛନ୍ତି। ଗୃହରେ ଅସ୍ବାଭାବିକ ପରିସ୍ଥିତିକୁ ଦେଖି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବାରମ୍ବାର ଗୃହକୁ ମୁଲତବି କରିଥିଲେ। ପରେ ସର୍ବଦଳୀୟ ବୈଠକ ବସିଥିଲେ ମଧ୍ୟ ସୁଫଳ ମିଳି ନ ଥିବାରୁ ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନା ବେଳେ ପୁଣିଥରେ ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ଶ୍ରୀ ପାତ୍ରଙ୍କ ନିର୍ଦେଶକ୍ରମେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ବିବୃତି ରଖିଥିଲେ। ସେ କହିଥିଲେ ଯେ, ବିଦ୍ୟୁତ ଦର ବୃଦ୍ଧି ନେଇ ଓଇଆରସି ନିକଟରେ ପୁନଃବିଚାର ପାଇଁ ସରକାର ଆବେଦନ କରିବେ। ମନ୍ତ୍ରୀଙ୍କ ଉତ୍ତର ପରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନା ଆଗକୁ ବଢ଼ିଥିଲା।
ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି, ବିଜେପି ସଭ୍ୟ ମୋହନ ମାଝି ଓ ଉଭୟ ଦଳର ସଦସ୍ୟଗଣ ଗୃହ ମଧ୍ୟଭାଗକୁ ଆସି ବିଦ୍ୟୁତ୍ ବୃଦ୍ଧି ପ୍ରତ୍ୟାହାର ଦାବି କରି ସ୍ଲୋଗାନମାନ ଦେଇଥିଲେ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ପ୍ରଥମେ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ। ଏହାପରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ, ରାଜ୍ୟ ସରକାର ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବାକୁ କହି କିଛିମାସ ତଳେ ୨୦ ପଇସା ବଢ଼ାଇଥିଲେ। ଏବେ ପୁଣି ୩୦ ପଇସା ବଢ଼ାଇଛନ୍ତି। ଏହାଦ୍ବାରା ଗରିବଙ୍କ ଉପରେ ଅଧିକ ଭାର ପଡୁଛି। ବିତରଣ କମ୍ପାନୀଙ୍କ ସ୍ବାର୍ଥରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାର ତୁରନ୍ତ ଏହି ନିର୍ଦେଶନାମା ପ୍ରତ୍ୟାହାର କରିବା ଲାଗି ଓଇଆରସିକୁ ନିର୍ଦେଶନାମା ଦେବାକୁ ଶ୍ରୀ ନାଏକ ବାଚସ୍ପତିଙ୍କଠାରେ ଦାବି କରିଥିଲେ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଦ୍ୟୁତ୍ ଦର ବୃଦ୍ଧି ନେଇ ସରକାରଙ୍କୁ କଡା ସମାଲୋଚନା କରି କହିଥିଲେ, ଏନେଇ ଜନଅସନ୍ତୋଷ ତୀବ୍ର ହେଉଛି। ଗୃହ ଚାଲିଥିବାବେଳେ ବିଦ୍ୟୁତ୍ ଦର ବୃଦ୍ଧି ହେଉଛି। ଆମେ ଦାବି କଲେ ମଧ୍ୟ ସରକାର ଶୁଣୁ ନାହାନ୍ତି। ଗୋଟିଏ ପଟେ ତୈଳଦର ବଢ଼ି ଚାଲିଥିବାବେଳେ ଏବେ ବିଦ୍ୟୁତ୍ ଦର ବୃଦ୍ଧି ବେଶି ବାଧୁଛି। ଦଳମତ ନିର୍ବିଶେଷରେ ଏହି ବର୍ଦ୍ଧିତ ଦର ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନିଆଯାଉ। ଏନେଇ ସର୍ବଦଳୀୟ ବୈଠକ ଡାକିବାକୁ ସେ ଦାବି କରିଥିଲେ।
ଶାସକଦଳ ସଭ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ ଯେ, ବିରୋଧୀମାନେ ବିରୋଧ କରିବା ଠିକ୍ କଥା; ମାତ୍ର ପ୍ରତିବାଦ ବଦଳରେ ପ୍ରତିରୋଧ କରା ନ ଯାଉ। ଗୃହକୁ ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ ବାଚସ୍ପତି ଶ୍ରୀ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକର ନିଷ୍ପତ୍ତିକ୍ରମେ ଅପରାହ୍ଣ ୪ଟାରେ ଶକ୍ତିମନ୍ତ୍ରୀ ଗୃହରେ କୌଣସି ବିବୃତି ନ ରଖିବାରୁ ପୁନର୍ବାର ବିରୋଧୀଦଳ ନେତା ଶ୍ରୀ ନାଏକ ଓ ଶ୍ରୀ ମିଶ୍ର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ସଭ୍ୟମାନେ ବାଚସ୍ପତିଙ୍କ ପୋଡିୟମ ବାଡେଇ ତୀବ୍ର ପ୍ରତିବାଦ କରିଥିଲେ। ଏହାପରେ ବାଚସ୍ପତିଙ୍କ ନିର୍ଦେଶକ୍ରମେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ଗୃହରେ ବିବୃତି ରଖି କହିଲେ, ଦର ବୃଦ୍ଧି ନିଷ୍ପତ୍ତି ଉପରେ ଓଇଆରସି ନିକଟରେ ପୁନଃବିଚାର ପାଇଁ ସରକାର ଆବେଦନ କରିବେ।
ପୁର୍ନବିଚାର ଆବେଦନ…

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories