www.samajalive.in
Sunday, December 7, 2025
26.1 C
Bhubaneswar

ଗୋ ଚାଲାଣ ଅଭିଯୋଗ : କଣ୍ଟେନର ଜବତ

ସମ୍ବଲପୁର : ସମ୍ବଲପୁର ଜିଲାରୁ ନିୟମିତ ଅବୈଧ ଭାବରେ ଗୋ ଚାଲାଣ କରାଯାଉଥିବାର ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ଏଭଳି ଏକ ଘଟଣାକ୍ରମରେ ସମ୍ବଲପୁରର ଅଇଁଠାପାଲି ଥାନା ଅର୍ନ୍ତଗତ ରେମେଡ ସ୍ଥିତ ଚେପଟି ପୁଲିଆ ତଳେ ପଶ୍ଚିମବଙ୍ଗରେ ପଞ୍ଜିକୃତ ଏକ କଣ୍ଟେନରକୁ ପୁଲିସ ଜବତ କରିଛି। ସୂଚନାନୁଯାୟୀ, ପୋଲ ତଳେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ କଣ୍ଟେନରରେ ଗୋରୁ ଗାଈ ଭର୍ତ୍ତି କରାଯାଉଥିବାର ଦେଖି କିଛି ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବା ସହିତ ପୁଲିସକୁ ଖବର ଦେଇଥିଲେ। ତେବେ ପୁଲିସ ଆସିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଗାଡିର ଚାଳକ ଓ ଗୋରୁ ଆଣିଥିବା ବ୍ୟକ୍ତି ସେଠାରୁ ଫେରାର ହୋଇଯାଇଥିଲେ। ଏହା ପରେ ପ୍ରାୟ ୫୦ରୁ ଉର୍ଦ୍ଧ ଗାଈଗୋରୁଙ୍କୁ ଲୋକେ ଉଦ୍ଧାର କରି ବାହାରେ ଛାଡି ଦେଇଥିଲେ। ଏ ସର୍ମ୍ପକରେ ଅଇଁଠାପାଲି ଥାନାଧିକାରୀ କହିଛନ୍ତି ଯେ, ଖବର ଆସିବା ପରେ ତୁରନ୍ତ ପିସିଆର ଘଟଣାସ୍ଥଳକୁ ଯାଇଥିଲା। ତେବେ ସେ ସମୟରେ କଣ୍ଟେନରଟି ଖାଲି ରହିଥିବା ବେଳେ ଏହାର ଚାଳକ କି ଅନ୍ୟ କେହି ବ୍ୟକ୍ତି ନ ଥିବାରୁ ତାକୁ ଜବତ କରି ଥାନାରେ ରଖାଯାଇଛି। ଏହା ସହିତ ଯାନର ମାଲିକ ସହିତ ଯୋଗାଯୋଗ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ଥାନାଧିକାରୀ କହିଛନ୍ତି। ଅପର ପକ୍ଷରେ ପୁଲିସର କାର୍ଯ୍ୟଶୈଳୀ ଓ ଏଭଳି ଘଟଣା ଅଞ୍ଚଳରେ ନିୟମିତ ଘଟୁଥିବାର ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏଣୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories