www.samajalive.in
Tuesday, December 9, 2025
19.1 C
Bhubaneswar

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୧୦ହଜାର ୯୦୦ କୋଟି ପୁଞ୍ଜି ନିବେଶକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ୧୦ହଜାର ୯୦୦ କୋଟି ଟଙ୍କାର ପୁଞ୍ଜିନିବେଶକୁ କେନ୍ଦ୍ର କ୍ୟାବିନେଟ୍‍ ଅନୁମୋଦନ କରିଛି।ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଅଧୀନରେ ଏହି ପୁଞ୍ଜିନିବେଶ କରାଯିବ। ଏହି ଯୋଜନା ଆନ୍ତର୍ଜାତିକ ଖାଦ୍ୟ ଉତ୍ପାଦନ ଚାମ୍ପିୟନ ମାନଙ୍କୁ ସୃଷ୍ଟି କରିବା ଓ ଭାରତୀୟ ଖାଦ୍ୟ ବ୍ରାଣ୍ଡଗୁଡ଼ିକୁ ବିଶ୍ୱ ବଜାରରେ ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ କରାଯାଉଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଓ ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ୍‍ କ୍ୟାବିନେଟ୍‍ ବୈଠକ ପରେ ଏ ବିଷୟ ଘୋଷଣା କରିଛନ୍ତି।

ଶ୍ରୀ ଗୋଏଲ୍‍ କହିଛନ୍ତି, ଏହି ନିଷ୍ପତ୍ତିରୁ କୃଷକମାନଙ୍କର ଆୟ ବୃଦ୍ଧି ପାଇବ ଓ ସେମାନଙ୍କ ପାଇଁ ବୃହତ ବଜାର ସୁବିଧା ଉପଲବ୍ଧ ହେବ। ସେ କହିଛନ୍ତି, ଏହି ଯୋଜନା ଅଧିକ ନିଯୁକ୍ତି ସୃଷ୍ଟି କରିପାରିବ, ସ୍ଥାୟୀ ଭାଲ୍ୟୁଚେନ୍‍ ସୃଷ୍ଟି କରିବ ଓ ଭାରତୀୟ ସାମଗ୍ରୀଗୁଡ଼ିକର ଉତ୍ତମ ବ୍ରାଣ୍ଡ ପ୍ରସ୍ତୁତରେ ସାହାଯ୍ୟ କରିବ। ସେ କହିଛନ୍ତି, ଏଥିପାଇଁ ବିଗତ ୮ରୁ ୯ ମାସ ଧରି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ବିଭିନ୍ନ ପକ୍ଷ ସହ ବ୍ୟାପକ ବିଚାର ବିମର୍ଶ କରୁଥିଲା। ଆସନ୍ତା ୬ ବର୍ଷ ଭିତରେ ଏହି ଯୋଜନାକୁ ଲାଗୁ କରାଯିବ ବୋଲି ଜଣାପଡିଛି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories