www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶାରେ ନୂଆ ମଧ୍ୟମ ଉଦ୍ୟୋଗ ପଞ୍ଜିକରଣରେ ସମସ୍ୟା

ଭୁବନେଶ୍ୱର: ଓଡ଼ିଶାରେ ନୂଆକରି ସ୍ଥାପନ କରାଯାଉଥିବା ମଧ୍ୟମ ଉଦ୍ୟୋଗଗୁଡିକ ଏମଏସ୍‍ଏମଇ ପୋର୍ଟାଲ ଜରିଆରେ ମଧ୍ୟମ ବର୍ଗ ଅଧୀନରେ ପଞ୍ଜିକୃତ ହେବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ଡିଆଇସି ଅଧୀନରେ ସେମାନଙ୍କ ୟୁନିଟଗୁଡିକ ପଞ୍ଜିକରଣ କରିବାକୁ ସମର୍ଥ ହେଉନଥିବାବେଳେ ଏମଏସ୍‍ଏମଇ ପୋର୍ଟାଲ ଜରିଆରେ ମଧ୍ୟ ଇଆଇଏନ୍‍ ପାଉନାହାନ୍ତି। ଏହାର ମୁଖ୍ୟ କାରଣ ହେଉଛି କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତ ଅନୁଯାୟୀ ଓଡ଼ିଶା ସରକାର ତାଙ୍କର ପ୍ଲାଣ୍ଟ ଶ୍ରେଣୀବିଭାଗରେ ସଂଶୋଧନ କରିନାହାନ୍ତି।
ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ଜୁନ୍‍ ୧ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏକ ମଧ୍ୟମ ଉଦ୍ୟୋଗ ତାହାକୁ ବୁଝାଇବ ଯେଉଁଠାରେ କାରଖାନା ଓ ଯନ୍ତ୍ରପାତି ଅଥବା ଉପକରଣରେ ପୁଞ୍ଜିନିବେଶ ପରିମାଣ ୫୦କୋଟି ଟଙ୍କାରୁ ଅଧିକ ହୋଇନଥିବ ଏବଂ କାରବାର ୨୫୦ କୋଟି ଟଙ୍କାରୁ ଅଧିକ ହୋଇନଥିବ। କେନ୍ଦ୍ର ସରକାରଙ୍କ ଏହି ବିଜ୍ଞପ୍ତି ୨୦୨୦ ଜୁଲାଇ ୧ତାରିଖ ଠାରୁ ଲାଗୁ ହୋଇସାରିଛି। କିନ୍ତୁ ଦୁର୍ଭାଗ୍ୟକୁ ଓଡ଼ିଶାରେ ଏମଏସ୍‍ଏମଇ ଶ୍ରେଣୀବିଭାଗ ନିମନ୍ତେ ସଂଜ୍ଞାରେ କେନ୍ଦ୍ର ସରକାରଙ୍କ ସର୍ତ୍ତ ମୁତାବକ ଏଯାଏ ସଂଶୋଧନ କରାଯାଇନାହିଁ। ସେଥିପାଇଁ ରାଜ୍ୟରେ ସ୍ଥାପନ ହେବାକୁ ଥିବା ନୂଆ ଏମଏସ୍‍ଏମଇ ଶିଳ୍ପଗୁଡିକ ଏମଏସଏମଇ ପୋର୍ଟାଲ (ଇଆଇଏନ୍‍)ରେ ମଧ୍ୟମ ବଗରେ ପଞ୍ଜିକରଣ କରିବାକୁ ସମର୍ଥ ହେଉନାହାନ୍ତି। ତାହାସହିତ ସେମାନେ ଡିଆଇସି ପଞ୍ଜିକରଣ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତଣ ବୋର୍ଡ, କାରଖାନା ଲାଇସେନ୍ସ ଭଳି ଅନ୍ୟ ଆନୁଷଙ୍ଗିକ ଅନୁମୋଦନ ମଧ୍ୟ ପାଇପାରୁନାହାନ୍ତି।
ଅନେକ ନୂଆ ଉଦ୍ୟୋଗୀ ଏହି ଶ୍ରେଣୀବିଭାଗରେ ସଂଶୋଧନ ଆଣିବାକୁ ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗକୁ ଆବେଦନ କରିଛନ୍ତି। ଏହା କରାଗଲେ ସେମାନେ ଡିଆଇସି ପଞ୍ଜିକରଣ ଏବଂ ଏମଏସଏମଇ ପୋର୍ଟାଲ ଜରିଆରେ ମଧ୍ୟମ ବର୍ଗରେ ଅନ୍‍ଲାଇନ ଇଆଇଏନ୍‍ ପାଇପାରିବେ ବୋଲି କହିଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories