www.samajalive.in
Sunday, December 7, 2025
23.1 C
Bhubaneswar

ସିସିଟିଭି ଫୁଟେଜରୁ ପର୍ଦ୍ଦାଫାଶ; ସଚିନ ୱାଜେଙ୍କ ସହ କାରରେ ଥିଲେ ମନସୁଖ ହିରେନ, କ୍ଲୋରୋଫର୍ମ ଶୁଙ୍ଘାଇ କରାଯାଇଛି ହତ୍ୟା

ମୁମ୍ବଇ: ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ମୁମ୍ବଇ ପୁଲିସର ଅଧିକାରୀ ସଚିନ ୱାଜେଙ୍କ ପାଇଁ ଆଉ ଏକ ଅଡୁଆ ସୃଷ୍ଟି ହୋଇଛି। ବିସ୍ଫୋରକ ଭର୍ତ୍ତି ଗାଡ଼ିର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁରେ ବି ତାଙ୍କର ସମ୍ପୃକ୍ତି ରହିଥିବା ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। ଏକ ସିସିଟିଭି ଫୁଟେଜରୁ ପୁଲିସ ଏହି ତଥ୍ୟା ହାତେଇଥିବା ଜଣାପଡ଼ିଛି। ଅନ୍ୟପଟେ ମନସୁଖଙ୍କୁ କ୍ଲୋରୋଫର୍ମ ଶୁଙ୍ଘାଇ ବେହୋସ କରିବା ପରେ ହତ୍ୟା କରାଯାଇଥିବା ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ) କହିଛନ୍ତି।

ମହାରାଷ୍ଟ୍ର ଏଟିଏସ ହାତରେ ଗତ ଏକ ସିସିଟିଭି ଫୁଟେଜ ଲାଗିଛି, ଯେଉଁଥିରେ ମନସୁଖ ହିରେନ ସଚିନ ୱାଜେଙ୍କ ସହିତ ଗୋଟିଏ କାରରେ ଥିବା ନଜର ଆସିଛି। ସିସିଟିଭି ଫୁଟେଜ ତଥ୍ୟ ଅନୁସାରେ,  ଏକ ଧଳା ରଙ୍ଗର କ୍ୟାବ୍‌ ସିଏସଟି ଷ୍ଟେଶନରେ ଅଟକିଥିଲା। ସେହି କାର୍‌ରୁ ମନସୁଖ ବାହାରିଥିଲେ। ଏହା ପରେ ଅନ୍ୟ ଏକ ସିସିଟିଭି ଫୁଟେଜରେ ନୀଳ ରଙ୍ଗର ଅଡି କାର୍‌ ଦେଖିବାକୁ ମିଳିଛି, ଯାହାକୁ ସଚିନ ବ୍ୟବହାର କରିଥିଲେ। ଏହି ଅଡି କାର ଏକ ଟ୍ରାଫିକ୍‌ ସିଗନାଲରେ ଅଟକିଥିବାବେଳେ ମନସୁଖ ଆସି ସେଥିରେ ବସିଥିଲେ।

- Advertisement -

ସୂତ୍ର ଅନୁସାରେ, ଏଟିଏସ ପକ୍ଷରୁ ଦାବି କରାଯାଇଛି ଯେ, ମାର୍ଚ୍ଚ ୪ ତାରିଖରେ ସଚିନ ୱାଜେ ମନସୁଖଙ୍କୁ ଫୋନ କରି ଠାଣେ ଡକାଇଥିଲେ। ସେଠାରେ ପୂର୍ବରୁ ୩/୪ ଜଣ ଉପସ୍ଥିତ ଥିଲେ। ସେମାନେ ମନସୁଖଙ୍କୁ  ବେହୋସ କରିବା ପାଇଁ କ୍ଲୋରୋଫର୍ମ ବ୍ୟବହାର କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ। ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ହତ୍ୟା ପୂର୍ବରୁ ମନସୁଖଙ୍କ ମୁହଁରେ ଆଘାତ ଲାଗିଥିଲା। ତେବେ ହତ୍ୟା ପରେ ସଚିନ ୱାଜେ ଅଫିସକୁ ଫେରିଥିଲେ ଏବଂ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରିଥିଲେ ବୋଲି ଏଟିଏସ ଦାବି କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories