www.samajalive.in
Sunday, December 7, 2025
16.1 C
Bhubaneswar

ଚୌଦ୍ୱାରରେ ​ଯୋର ଧରିଲା କୋଭିଡ଼ ଟୀକାକରଣ

ଚୌଦ୍ୱାର : ଚୌଦ୍ୱାର ସହରାଞ୍ଚଳରେ କୋଭିଡ଼ ଟୀକାକରଣ କାର୍ଯ୍ୟ ଏବେ ଯୋର ଧରିଛି। ଗତ ସପ୍ତାହର ସୋମବାର ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମେ ପୌରପାଳିକାର କର୍ମଚାରୀ ମାନଙ୍କୁ ଟିକା ପ୍ରଦାନ କରା ଯାଇଥିବାବେଳେ ଚଳିତ ସପ୍ତାହର ସୋମବାର ଦିନ ସାଧାରଣଙ୍କୁ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆରମ୍ଭ କରାଯାଇଥିବା ଟୀକା କରଣ କାର୍ଯ୍ୟକ୍ରମରେ ଚୌଦ୍ୱାର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ନେବା ପାଇଁ ବରିଷ୍ଠ ନାଗରିକ ମାନଙ୍କର ଭିଡ଼ ଜମୁଛି। ଏଯାବତ୍‍ ଚୌଦ୍ୱାର ସହରର ୧୫୦୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକ କୋଭିସିଲ୍ଡ ଟୀକାର ପ୍ରଥମ ଡୋଜ୍‍ ନେଇ ସାରିଥିବା ସ୍ୱାସ୍ଥ୍ୟକେନ୍ଦ୍ର ସୁତ୍ରରୁ ପ୍ରକାଶ। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡିଇଓ ଜ୍ୟୋତି ରଞ୍ଜନ ସାହୁ, କୋଭିଡ଼ ଟୀକା ପ୍ରଦାନ ସମ୍ପର୍କିତ ବିଶେଷ ତାଲିମ୍‍ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ଶୁଭଶ୍ରୀ ବାରିକ ଓ ଅନ୍ନପୂର୍ଣ୍ଣା ବେହେରା ଟୀକା କରଣ କରୁଛନ୍ତି। ଚୌଦ୍ୱାର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାରରେ ୬୦ ବର୍ଷରୁ ଉର୍ଦ୍ଧ ନାଗରିକ ମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ କୁହାଯାଇଛି। ମହାମାରୀ କରୋନାକୁ ରୋକିବା ପାଇଁ ସରକାରଙ୍କ ଏହି ପଦକ୍ଷେପରେ ଲୋକମାନେ ଭୟଭୀତ ନହୋଇ ଟିକା ନେବାକୁ ଆଗେଇ ଆସିବାକୁ ଚୌଦ୍ୱାର ନିର୍ବାହୀ ଅଧିକାରୀ ପବିତ୍ର ବେହେରା ଅନୁରୋଧ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories