www.samajalive.in
Sunday, December 7, 2025
23.1 C
Bhubaneswar

ସୋସିଆଲ ମିଡିଆକୁ ଫେରିବାକୁ ଟ୍ରମ୍ପଙ୍କ ପ୍ରସ୍ତୁତି, ତିଆରି କରୁଛନ୍ତି ନିଜସ୍ବ ପ୍ଲାଟଫର୍ମ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ବିଟର, ଫେସବୁକ ଏବଂ ଅନ୍ୟ ସୋସିଆଲ ମିଡିଆ ସାଇଟ୍‌ ପକ୍ଷରୁ ବ୍ୟାନ୍‌ କରାଯାଇଥିଲା। ଫଳରେ ଟ୍ରମ୍ପଙ୍କୁ ଆଉ ସୋସିଆଲ ମିଡିଆରେ ସେତେ ସକ୍ରିୟ ଥିବା ଦେଖିବାକୁ ମିଳୁ ନାହିଁ। ତେଣୁ ଟ୍ରମ୍ପ ଏତେ ପୁଣି ଥରେ ସୋସିଆଲ ମିଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ନିଜର ସୋସିଆଲ ମିଡିଆ ସାଇଟ୍‌ ତିଆରି କରୁଥିବା ସୂଚନା ମିଳିଛି।

ଗତ ଜାନୁୟାରୀ ୬ରେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟଲ ବିଲ୍ଡିଂରେ ଆକ୍ରମଣ କରିବା ପରେ ତାଙ୍କୁ ସୋସିଆଲ ମିଡିଆରୁ ସସ୍‌ପେଣ୍ଡ କରିଦିଆଯାଇଥିଲା। ଫେସବୁକ୍‌, ଟ୍ବିଟର ସମେତ ୟୁଟ୍ୟୁବ ଏବଂ ସ୍ନାପଚାଟ୍‌ ପକ୍ଷରୁ ମଧ୍ୟ ତାଙ୍କୁ ବ୍ୟାନ୍‌ କରାଯାଇଥିଲା। ଟ୍ରମ୍ପଙ୍କ ଆକାଉଣ୍ଟରୁ ଲଗାତାର ଭୁଲ ସୂଚନା ଏବଂ ଉତ୍ତେଜନା ଉଦ୍ରେକକାରୀ ଭାଷଣ ପୋଷ୍ଟ କରାଯାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା।

- Advertisement -

ସୋସିଆଲ ମିଡିଆ କମ୍ପାନୀଗୁଡ଼ିକର ଏହି ପଦକ୍ଷେପ ପରେ ଟ୍ରମ୍ପ ଆଉ କୌଣସି ପ୍ଲାଟଫର୍ମରେ ନିଜର ଭିଡିଓ ଅପ୍‌ଲୋଡ୍‌ କରିପାରୁ ନ ଥିଲେ କି କିଛି ପୋଷ୍ଟ କରିପାରୁ ନ ଥିଲେ। ତେଣୁ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ଯୋଜନା ଚଳାଇଥିବା ଜଣାପଡ଼ିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories