www.samajalive.in
Sunday, December 7, 2025
13.1 C
Bhubaneswar

ବିଶ୍ୱ ବନ ଦିବସ ପାଳିତ : ରଙ୍ଗ ଓ ତୂଳୀ ଜରିଆରେ ସଚେତନତା ବାର୍ତ୍ତା

ସମ୍ବଲପୁର :  ସମ୍ବଲପୁର ବନ ବିଭାଗ ପକ୍ଷରୁ ରବିବାର ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ମୋତିଝରନ ସ୍ଥିତ ଆରସିସିଏଫଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବଲପୁର ବନ ଅଧିକାରୀ ଡ. ସଞ୍ଜିତ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହୀରାକୁଦ ବନ୍ୟ ପ୍ରାଣୀ ବନ ଅଧିକାରୀ ପ୍ରତାପ କୋଟାପଲ୍ଲୀ ମୁଖ୍ୟ ଅତିଥି ଓ ବିଶିଷ୍ଟ ଶିଳ୍ପୀ ବୃନ୍ଦାବନ ମହାରଣା ଯୋଗ ଦେଇଥିଲେ। ଜଙ୍ଗଲର ପୁନଃ ଜୀବନ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ରାସ୍ତା ଶିର୍ଷକ ବିଷୟ ଉପରେ ଅତିଥି ମାନେ ମତ ପ୍ରକାର କରିବା ସହିତ ଶିଳ୍ପାନୁଷ୍ଠାନ ଆଦିର ବିକାଶ ଯୋଗୁଁ ଜଙ୍ଗଲ ଧ୍ୱଂସ ଓ ଗଛ କଟା ଯାଉଥିବାରୁ ସାରା ବିଶ୍ୱରେ ଭୂମଣ୍ଡଳୀୟ ଉତ୍ତାପରେ ବୃଦ୍ଧି ଓ ଜଳବାୟ ପରିବର୍ତ୍ତନ ଭଳି ଅନେକ ପରିବେଶ ଜନିତ ସମସ୍ୟା ଲାଗିର ରହିଛୁ। ଏଣୁ ଏହାର ସମାଧାନ ଦିଗରେ ବୃକ୍ଷ ରୋପଣ ସହିତ ପରିବେଶର ସଂରକ୍ଷଣ ନିହାତି ଆବଶ୍ୟକ ଅଟେ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ଜିଲାର କୁଚିଣ୍ଡା ବ୍ଲକ କୁଟୁରାଚୁଆଁ କନିଷ୍ଠ ମହାବିଦ୍ୟାଳୟ ଓ ଯୁଯୁମୁରା ସରାକରୀ ଉଚ୍ଚ ବିଦ୍ୟାଳୟ ଏବଂ ଯୁଯୁମୁରା ବ୍ଲକର ଗଡଲୋଇ ସିଂ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ସଚେତନତା ପାଇଁ ଏକ ଚିତ୍ର କଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ରଙ୍ଗ, ତୂଳୀ ଓ କାନଭାସ ଜରିଆରେ ୧୧ ଜଣ ଚିତ୍ର ଶିଳ୍ପୀ ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ସୁରକ୍ଷା ଉପରେ ବିଭିନ୍ନ ସଚେତନତା ଧର୍ମୀ ଚିତ୍ର ଅଙ୍କନ କରିଥିଲେ। ଚିତ୍ର କଳା ପ୍ରଦର୍ଶନୀକୁ ଏସିଏଫ ଗୋକୁଳ ଚନ୍ଦ୍ର ପାଇକ ଓ ଏସିଏସଫ ତେଜରାଜ ନାୟକ ସଂଯୋଜନା କରିଥିଲେ। ଏସିଏଫ ମଦନ ମୋହନ ଶର୍ମାଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ବନଖଣ୍ଡର ରେଞ୍ଜ ଅଧିକାରୀ, ଫରେଷ୍ଟର ଓ ଅନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories