www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି ଜଙ୍ଗଲରେ ଲାଗିଲା ନିଆଁ, ଲୋକେ ସଚେତନ ହେଉନାହାନ୍ତି 

ନବରଙ୍ଗପୁର: ବନବିଭାଗ ତରଫରୁ ସଭା ସମିତି ମାଧ୍ୟମରେ ହେଉ କି ଜନଗହଳିପୂର୍ଣ୍ଣ ହାଟରେ ହେଉ ବାରମ୍ବାର ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଜଙ୍ଗଲ ସୁରକ୍ଷା ଉପରେ ପାଠ ପଢାଯାଉଥିଲେ ମଧ୍ୟ ଲୋକେ ସଚେତନ ହେବା ବଦଳରେ ଜଙ୍ଗଲରେ ନିଆଁ ଲଗାଉଥିବା ଦେଖିବାକୁ ମିଳୁଛି।

ନବରଙ୍ଗପୁର ଡିଏଫଓଙ୍କ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ରେଞ୍ଜ ଅଧୀନସ୍ଥ ଫରେଷ୍ଟ ସେଣ୍ଟର ମାନଙ୍କରେ ସଚେତନ କାର୍ୟ୍ୟକ୍ରମ ହାତକୁ ନେଇ ଭିଏସଏସ କମିଟି ଏବଂ ଆମ ଜଙ୍ଗଲ ଯୋଜନା କମିଟି ମାଧ୍ୟମରେ ବାରମ୍ବାର ଲୋକଙ୍କୁ ଜଙ୍ଗଲରେ ନିଆଁ ଲଗାଇବାକୁ ବାରଣ କରିବା ସହ ନିଆଁ ଲଗାଇଲେ ଜେଲ ଦଣ୍ଡ ମିଳିବ ବୋଲି କହିବା ସହ ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ଆଦି ପାଠ ପଢ଼ାଯାଉଛି। ହେଲେ ଲୋକେ ତାହା ନ ମାନି ନିଜର ସ୍ୱାର୍ଥ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳୁଛି। ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ସଦର ମହକୁମାରେ ଥିବା ଫରେଷ୍ଟ ଜଙ୍ଗଲରେ। ସକାଳେ ଜଙ୍ଗଲରେ ନିଆଁ ଲାଗିବା ବିଷୟରେ ଜାଣିବାକୁ ପାଇବା ପରେ ପାପଡାହାଣ୍ଡି ଫୋରେଷ୍ଟର ଏବଂ କର୍ମଚାରୀ ଆସି ନିଆଁ ଲିଭାଇଥିଲେ। କିନ୍ତୁ କିଏ ଆଉ କାହିଁକି ଲଗାଇଛି ଜଣା ପଡ଼ିନଥିଲା। ବନ କର୍ମଚାରୀ ଚାଲିଯିବା ପରେ ପୁଣି ଜଙ୍ଗଲରେ ଅପରାହ୍ନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିବା ପରେ ଆମ ପ୍ରତିନିଧି ଏନେଇ ବନ ବିଭାଗକୁ ଜଣାଇବା ପରେ ସେମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ବନ ବିଭାଗ ତରଫରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ସହ ନିଆଁ ଲାଗିଲେ କିଏ ଲଗାଉଛି ସେହି ଲୋକଙ୍କୁ ଚି଼ହ୍ନଟ କରିବା ଓ ପ୍ରଥମେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିବା ସହ ବନବିଭାଗକୁ ଜଣାନ୍ତୁ ବୋଲି କହିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories