www.samajalive.in
Wednesday, December 10, 2025
15.1 C
Bhubaneswar

ଶରଣ ଶ୍ରୀକ୍ଷେତ୍ର ମାରଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

ପୋଲସରା/ଗଞ୍ଜାମ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନ୍ୟତମ ପ୍ରସିଦ୍ଧ ଲୀଳାକ୍ଷେତ୍ର ଭାବେ ଜଣାଶୁଣା ଗଞ୍ଜାମ ଜିଲା ପୋଲସରା ଅନ୍ତର୍ଗତ ମାରଦା ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେକରୁଥିବା କହିବା ସହ କହିଛନ୍ତି, ସମଗ୍ର ହିନ୍ଦୁ ସମାଜ, ଓଡିଆ ଲୋକ ଓ ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ପବିତ୍ର ତୀର୍ଥ କ୍ଷେତ୍ର। ପବିତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଦରକାର।

୧୮୦୦ ଶତାବ୍ଦୀରେ ମୋଗଲ ସେନାର ଆକ୍ରମଣ ଭୟରେ ପୁରୀ ଶ୍ରୀମନ୍ଦିରର ସଂସ୍କାର ବାଧାପ୍ରାପ୍ତ ହେବା ଚିନ୍ତାରେ ସେ ସମୟରେ ପୁରୀର ଗଜପତି ମହାରାଜା ପୂଜ୍ୟ ରାମଚନ୍ଦ୍ର ଦେବ ଗଞ୍ଜାମ ଜିଲ୍ଲାର ମଥୁରା ଅଞ୍ଚଳରେ ଭଗବାନଙ୍କୁ ସୁରକ୍ଷିତ ରଖିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ମନ୍ଦିରର ସାଧୁ ସନ୍ଥ ଏବଂ ସ୍ଥାନୀୟ ଅଞ୍ଚଳର ଗୁରୁଜନ ମାନଙ୍କୁ ଭେଟି ମନ୍ଦିର ସହ ଜଡ଼ିତ ବିଭିନ୍ନ ବିଷୟରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ଏହି ପବିତ୍ର ଶରଣ ଶ୍ରୀକ୍ଷେତ୍ରରେ ଜଗତର କଲ୍ୟାଣ ନିମନ୍ତେ ସେ ପ୍ରାର୍ଥନା କରିଥିଲ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories