www.samajalive.in
Tuesday, December 9, 2025
23.1 C
Bhubaneswar

ଦୋଳ ଓ ହୋଲି ପାଇଁ ରାଜଧାନୀରେ କଟକଣା

ଭୁବନେଶ୍ୱର: ଦୋଳ ଏବଂ ହୋଲି ଉତ୍ସବ ପାଇଁ ରାଜଧାନୀ ଭୁବନେଶ୍ଵରେ କଟକଣା ଲାଗି ହୋଇଛି। ଏ ନେଇ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ତରଫରୁ ପୃଥକ ମାର୍ଗଦର୍ଶିକା ଜାରି କରାଯାଇଛି।

ରାଜ୍ୟ ତଥା ଦେଶରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି। ରାଜ୍ୟରେ କୋଭିଡ-୧୯ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆଗକୁ ପଡୁଥିବା ଦୋଳଯାତ୍ରା ଏବଂ ହୋଲି ପାଳନ ଉପରେ କଟକଣା ଲାଗୁ କରାଯାଇଛି।

- Advertisement -

ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର କହିଛନ୍ତି, ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଦ୍ବାରା ଜାରି ହୋଇଥିବା ଗାଇଡ୍‌ଲାଇନକୁ ରାଜଧାନୀରେ କଡ଼ାକଡ଼ି ଭାବେ ପାଳନ କରାଯିବ। ଦୋଳ ଏବଂ ହୋଲି ପାଇଁ ଅଲଗା ନିୟମ ରହିବ। ସର୍ବସାଧାରଣରେ ହୋଲି ଖେଳିବା ଉପରେ ରୋକ୍‌ ଲଗାଯାଇଛି। ଲୋକେ ନିଜ ଘରେ ରହି ପରିବାର ସଦସ୍ୟଙ୍କ ସହିତ ହୋଲି ଖେଳିପାରିବେ। ତେବେ ରଙ୍ଗ ଦୋକାନ ଖୋଲିବା ଉପରେ କୌଣସି କଟକଣା ନାହିଁ ବୋଲି କମିଶନର କହିଛନ୍ତି।

ସେହିପରି ଦୋଳଯାତ୍ରାରେ ପ୍ରତି ବିମାନ ସହିତ ୫/୬ ଜଣ ଯିବାକୁ ଅନୁମତି ଦିଆଯାଇଛି। ମେଳଣ ସ୍ଥାନକୁ ବିମାନଗୁଡ଼ିକ ଏକା ସମୟରେ ନ ଆସି ପର୍ଯ୍ୟାୟକ୍ରମେ ଆସିବ। ମେଳଣରେ ଯୋଗଦେବାକୁ ସର୍ବାଧିକ ୫୦ରୁ ୬୦ ଜଣଙ୍କୁ ଅନୁମତି ଦିଆଯିବ। ଏଥିପାଇଁ ଆୟୋଜକମାନେ ସ୍ବତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories