www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ସଂକ୍ରମଣ : ୧୬ ରାଜ୍ୟର ୭୦ ଜିଲ୍ଲାରେ ୧୫୦% ନୂତନ ସଂକ୍ରମଣ

-ଦ୍ରୁତ ଗତିରେ ବଢୁଥିବା କରୋନା ଭୁତାଣୁର ନୂଆ ସଂକ୍ରମଣ ବଢାଉଛି ଚିନ୍ତା
-ପଞ୍ଜାବରେ ସ୍ଥିତି ଚିନ୍ତାଜନକ, ପଜିଟିଭ୍ ହାର ୬.୮ ପ୍ରତିଶତ
-ନୂଆ ମାମଲା ବୃଦ୍ଧି ପରେ ମଧ୍ୟ ମୃତ୍ୟୁ ହାର ୨%ରୁ କମ୍
-ଦେଶର ମୋଟ ସକ୍ରିୟ ସଂକ୍ରମଣର ୬୦ ପ୍ରତିଶତ ମହାରାଷ୍ଟ୍ରରେ

ନୂଆଦିଲ୍ଲୀ :  ଦେଶରେ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଦେଶରେ କରୋନା ସଂକ୍ରମଣର ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଇଛି । ଦେଶର ମୋଟ ସକ୍ରିୟ ସଂକ୍ରମଣର ୬୦% ମହାରାଷ୍ଟ୍ରରେ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

- Advertisement -

ଶ୍ରୀ ଭୂଷଣ କହିଛନ୍ତି ଯେ ଗତ ୧୫ ଦିନ ମଧ୍ୟରେ ୧୬ ଟି ରାଜ୍ୟର ୭୦ଟି ଜିଲ୍ଲାରେ କୋଭିଡ -୧୯ ସଂକ୍ରମଣ ମାମଲା ୧୫୦% ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪୦୦ରୁ ଅଧିକ ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଏଠାରେ ପଜିଟିଭ ହାର ଏକ ପ୍ରତିଶତରୁ କମ୍ ।  ତେବେ ଏହା ପୂର୍ବରୁ ୦.୪ ପ୍ରତିଶତରୁ ୦.୬ ପ୍ରତିଶତକୁ ଖସି ଆସିଛି ।

ସେ କହିଛନ୍ତି ଯେ ନୂତନ କୋଭିଡ -୧୯ ସଂକ୍ରମଣ ଫେବୃଆରୀ ୯ରେ ସର୍ବନିମ୍ନ ସ୍ତରରେ ଥିଲା। ଆଜି, କୋଭିଡ -୧୯ର ନୂତନ ସଂକ୍ରମଣ ସପ୍ତାହକୁ ପ୍ରାୟ ୪୩ ପ୍ରତିଶତ ବୃଦ୍ଧି ପାଇଛି। କରୋନା ଜନିତ ନୂତନ ମୃତ୍ୟୁ ସଂଖ୍ୟା, ସପ୍ତାହରେ ପ୍ରାୟ ୩୭ ପ୍ରତିଶତ ବୃଦ୍ଧି ଘଟିଛି । ବର୍ତ୍ତମାନ ପର୍ୟ୍ୟନ୍ତ ମୋଟ ୩.୫୧ କୋଟି ଡୋଜ ଟିକା ଦିଆଯାଇଛି।

ଦେଶରେ ମୋଟ ୬.୫%  ଟିକା ଅପଚୟ ହେଉଛି

ଶ୍ରୀ ଭୂଷଣ କହିଛନ୍ତି ଯେ ମାର୍ଚ୍ଚ ୧୫ରେ ସାରା ବିଶ୍ବରେ ୮୩.୪ ଲକ୍ଷ ଡୋଜ କୋଭିଡ -୧୯ ଟିକା ଦିଆଯାଇଥିଲା । ଏଥିମଧ୍ୟରୁ ୩୬ ପ୍ରତିଶତ ଟୀକାକରଣ କେବଳ ଭାରତରେ କରାଯାଇଥିଲା। ସେ କହିଛନ୍ତି ଯେ ଭାରତରେ ମୋଟ ଟିକା ମଧ୍ୟରୁ ୬.୫% ନଷ୍ଟ ହେଉଛି । ତେଲେଙ୍ଗାନାରେ ଟୀକାକରଣର ଅପଚୟ ୧୭.୬ ଏବଂ ଆନ୍ଧ୍ରପ୍ରଦେଶରେ ଏହା ୧୧.୬ ପ୍ରତିଶତ ଅଟେ।

ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ଟିକା ଅପଚୟକୁ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି ଆମେ ରାଜ୍ୟମାନଙ୍କୁ କହିଛୁ । ଏହା ସହିତ ସେ କହିଛନ୍ତି ଯେ ’ପରୀକ୍ଷା, ଟ୍ରାକିଂ ଏବଂ ଚିକିତ୍ସା’ ପ୍ରଭାବଶାଳୀ ହେବା ଆବଶ୍ୟକ । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇପାରିବ ବୋଲି ସେ କହିଛନ୍ତି।

ଦେଶରେ ମୃତ୍ୟୁ ହାର ଏବେ ଦୁଇ ପ୍ରତିଶତରୁ କମ୍ ରହିଛି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ କର୍ଣ୍ଣାଟକରେ କରୋନା ଭୁତାଣୁ ପଜିଟିଭ ହାର ୧.୩ ପ୍ରତିଶତ ରହିଛି । ସେ କହିଛନ୍ତି ଯେ କର୍ଣ୍ଣାଟକ ସରକାରଙ୍କୁ ଆମର ପରାମର୍ଶ ହେଉଛି ଟ୍ରାକିଂକୁ ତ୍ୱରାନ୍ୱିତ କରିବା । ଏହା ସହ ସେ କହିଛନ୍ତି ଯେ ମୃତ୍ୟୁ ହାର ଦୁଇ ପ୍ରତିଶତରୁ କମ୍ ଥିବାବେଳେ କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଇଛି।

ପଞ୍ଜାବରେ  ପଜିଟିଭ ହାର ୬.୬ପ୍ରତିଶତ ରହିଛି

ପଞ୍ଜାବର କରୋନା ସ୍ଥିତିକୁ ନେଇ ଶ୍ରୀ ଭୂଷଣ କହିଛନ୍ତି ଯେ ବର୍ତ୍ତମାନ ଏଠାରେ ପଜିଟିଭ ହାର ୬.୮ ପ୍ରତିଶତ ରହିଛି, ଯାହା ବେଶ ଚିନ୍ତାଜନକ । ସେ କହିଛନ୍ତି ଏହା ଦର୍ଶାଉଛି ଯେ କୋଭିଡ -୧୯ କଟକଣା ଏଠାରେ ପାଳନ କରାଯାଉ ନାହିଁ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ନିୟମକୁ ମଧ୍ୟ ଗୁରୁତ୍ବ ଦିଆଯାଉ ନାହିଁ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories