www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରାର୍ଥୀତ୍ଵକୁ ନେଇ ବିବାଦ ପରେ ରାଜ୍ୟସଭାରୁ ଇସ୍ତଫା ଦେଲେ ସ୍ବପନ ଦାସଗୁପ୍ତା

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସଦସ୍ୟ ସ୍ବପନ ଦାସଗୁପ୍ତାଙ୍କୁ ବିଜେପି ପ୍ରାର୍ଥୀ କରିବାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।

ସୂଚନା ଅନୁସାରେ, ସ୍ବପନ ଦାସଗୁପ୍ତା ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ। ତେବେ ବିଜେପି ତାଙ୍କୁ ହୁଗୁଳି ଜିଲାର ତାରକେଶ୍ଵର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ଲାଗି ଟିକେଟ୍‌ ଦେଇଥିଲା। ବିଜେପିର ଏହି ନିଷ୍ପତ୍ତିକୁ ଟିଏମସି ଏବଂ କଂଗ୍ରେସ ବିରୋଧ କରିବା ସହିତ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ବିବାଦ ବଢ଼ିବାରୁ ସ୍ବପନ ଦାସଗୁପ୍ତା ମଙ୍ଗଳବାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ରବିବାର ବିଜେପି ପକ୍ଷରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ୨୬ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା, ଯେଉଁଥିରେ ସ୍ବପନ ଦାସଗୁପ୍ତାଙ୍କ ନାମ ଥିଲା। ଏହା ପରେ ଟିଏମସି ସ୍ବପନ ଦାସଗୁପ୍ତାଙ୍କ ରାଜ୍ୟସଭା ସଦସ୍ୟତା ସମାପ୍ତ କରିବା ଲାଗି ଲାଗି ସ୍ବତନ୍ତ୍ର ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରୁଥିଲା। ଟିଏମସି ସାଂସଦ ମହୁଆ ମୋଇତ୍ରୋ ବି ଏହି ପ୍ରସଙ୍ଗ ଉପରେ ଟ୍ବିଟ୍‌ କରି ବିରୋଧ କରିଥିଲେ।

ମହୁଆ ମୋଇତ୍ରୋ ସମ୍ବିଧାନର ୧୦ମ ଅନୁସୂଚୀର ସ୍କ୍ରିନଶଟ୍‌ ଶେୟାର କରି ଲେଖିଥିଲେ ଯେ, ବିଜେପି ପକ୍ଷରୁ ସ୍ବପନ ଦାସଗୁପ୍ତାଙ୍କୁ ଆଶାୟୀ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ସମ୍ବିଧାନର ୧୦ମ ସୂଚୀ କହୁଛି ଯେ, ଯଦି ରାଜ୍ୟସଭାକୁ ମନୋନୀତ କୌଣସି ସଦସ୍ୟ ଶପଥ ନିଅନ୍ତି ଏବଂ ତାହାର ୬ ମାସର ଅବଧି ଶେଷ ହେବା ପରେ କୌଣସି ରାଜ୍ୟନୈତିକ ଦଳରେ ସାମିଲ ହୁଅନ୍ତି, ତେବେ ତାଙ୍କୁ ରାଜ୍ୟସଭାର ସଦସ୍ୟତା ପାଇଁ ଅଘୋଷିତ କରିଦିଆଯିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories