www.samajalive.in
Sunday, December 7, 2025
26.1 C
Bhubaneswar

ନାଲ୍‌କୋନଗରରୁ ୧୨ଲକ୍ଷ ଟଙ୍କା ଅଳଙ୍କାର ଚୋରି, ଜଣେ ଗିରଫ

ଭୁବନେଶ୍ବର: ନାଲ୍‌କୋନଗରରୁ ପ୍ରାୟ ୧୨ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା। ପୁଲିସ ଚୋରି ହୋଇଥିବା ଅଳଙ୍କାର ସବୁ ଉଦ୍ଧାର କରିବା ସହିତ ଏହି ମାମଲାରେ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଚନ୍ଦ୍ରଶେଖରପୁର ଥାନା ନାଲକୋ ନଗର କଲୋନୀରେ ପଡ଼ୋଶୀ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାଲକୋ ନଗର କଲୋନୀରେ ରହୁଥିବା ପୁରୀ ଜିଲା ସାକ୍ଷିଗୋପାଳ ଥାନା ଅନ୍ତର୍ଗତ ସତ୍ୟବାଦୀ ଗ୍ରାମର ସ୍ୱରୂପ ଦାଶ। ପୁଲିସ ତା’ଠାରୁ ସୁନା କାନ ରିଙ୍ଗ୍‍, ନେକ୍‌ଲେସ, କାନଫୁଲ, ସୁନାଚେନ୍‌ ହାତମୁଦି ପ୍ରଭୃତି ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ ନାଲ୍‌କୋନଗର ଜଣେ କର୍ମଚାରୀଙ୍କ ଘରୁ ପ୍ରାୟ ୧୨ ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା। ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଥିଲା। ନାଲ୍‌କୋନଗରର ଜଣେ ଯୁବକ ଏଥିରେ ସମ୍ପୃକ୍ତ ଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଯୁବକଙ୍କ ଅଟକ ରଖି ପଚରା ଉଚୁରା ସମୟରେ ସେ ଚୋରି ସାମଗ୍ରୀ ସମ୍ପର୍କରେ ସୂଚନା ଦେଇଥିଲା। ସେହି ଯୁବକଙ୍କ ସୂଚନାକୁ ଆଧାର କରି ଚନ୍ଦ୍ରଶେଖରପୁର ପୁଲିସ ସବୁ ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଛି।
ଚନ୍ଦ୍ରଶେଖରପୁର ଥାନା ଆଇଆଇସି କହିଛନ୍ତି ଯେ ନାଲ୍‌କୋନଗରରୁ ଚୋରି ଅଭିଯୋଗ ହୋଇଥିଲା ଏବଂ ସମସ୍ତ ଚୋରି ସାମଗ୍ର ଉଦ୍ଧାର କରାଯାଇଛି ଓ ତାହା ଆସନ୍ତାକାଲି ହସ୍ତାନ୍ତର କରାଯିବ। ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି।

- Advertisement -

 

ପୁଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ଉକ୍ତ କଲୋନୀରେ ରହୁଥିବା ଆଶୁତୋଷ ଠାକୁର ଗତ ୧୩ ତାରିଖ ସନ୍ଧ୍ୟାରେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁକରି ଘଟଣାର ଅନୁଧ୍ୟାନ କରିଥିଲା। ଥାନା ଅଧିକାରୀ ଯୁବରାଜ ସ୍ୱାଇଁ, ଜୋନ୍‌ ଏସିପି ପ୍ରକାଶ ଚନ୍ଦ୍ର ପାଲ, ସନ୍ଧାନୀ କୁକୁର, ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ। ଏହି ଘଟଣାରେ ପୁଲିସ ସ୍ୱରୂପ ଦାଶକୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଶନିବାର ସନ୍ଧ୍ୟାରେ ଶ୍ରୀ ଠାକୁର ବାହାରକୁ ଯାଇଥିଲେ। ପତ୍ନୀ ନିକଟସ୍ଥ ପାର୍କରେ ବୁଲାବୁଲି କରୁଥିବାବେଳେ ଅଭିଯୁକ୍ତ ସ୍ୱରୂପ ଘରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରିକରି ଫେରାର ହୋଇଯାଇଥିଲା। ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଗତ ୬ବର୍ଷ ପୂର୍ବେ ପଟିଆ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ସ୍ୱରୂପ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୀର୍ଘଦିନ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ମଧ୍ୟ ମାନସିକ ବିକୃତି ରହିଥିଲା। ସେଇଦିନରୁ ସେ ଅଧିକାଂଶ ଦିନ ବାହାରେ ବୁଲାବୁଲି କରୁଥିଲା ବୋଲି ଜଣାପଡ଼ିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories