www.samajalive.in
Sunday, December 7, 2025
13.1 C
Bhubaneswar

ଚର୍ତୁଦିବସୀୟ ଦୀନବନ୍ଧୁ ଗୋସ୍ୱାମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ସମ୍ବଲପୁର : ସମ୍ବଲପୁରର ସ୍ପୋଟିଂ ୟୁନିୟନ କ୍ଲବ ତରଫରୁ ୯ତମ ଦୀନବନ୍ଧୁ ଗୋସ୍ୱାମୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ କମିଶନର କଲୋନୀ କ୍ରିକେଟ କ୍ଲବ ପଡ଼ିିଆ ଠାରେ ପୂର୍ବାହ୍ନରେ ଆୟୋଜିତ ଉଦଘାଟନୀ ସମାରୋହରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ। ପ୍ରଥମ ଦିବସରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଜଗନ୍ନାଥ କଲୋନୀ କ୍ରିକେଟ କ୍ଲବ ଓ ଗୋଲଡେନ ଇଗଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋଲଡେନ ଇଗଲ କ୍ଲବ ଟସ ଜିଣି ପ୍ରଥମେ ଫିଲଡିଂ କରିଥିଲେ। ପ୍ରଥମେ ଜଗନ୍ନାଥ କଲୋନୀ କ୍ଲବ ବ୍ୟାଟିଂ କରି ୬ ୱିକେଟ ହରାଇ ୧୬୮ ରନ ସଂଗ୍ରହ କରିଥିବା ବେଳେ ଇଗଲ ଦଳ ଏହାର ଜବାବରେ ୮୭ ରନରେ ସମସ୍ତ ୱିକେଟ ହରାଇ ମ୍ୟାଚ ହାରି ଯାଇଥିଲା। ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମୋହିତ ଗିରିଧରଙ୍କୁ ଦିଆଯାଇଥିଲା।

ସେହିଭଳି ଦ୍ୱିତୀୟ ମ୍ୟାଚ କମିଶନର କଲୋନୀ କ୍ରିକେଟ କ୍ଲବ ଓ ମାନେଶ୍ୱର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ସି ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୧୧୩ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ମାନେଶ୍ୱର ଦଳ ମଧ୍ୟ ନିର୍ଦ୍ଧାରିତ ଓଭରରେ ୧୧୩ ରନ ସଂଗ୍ରହ କରିଥିଲେ। ଏଣୁ ସୁପର ଓଭର ଜରିଆରେ ୪ସି ଦଳ ମାନେଶ୍ୱର ଦଳକୁ ପରାସ୍ତ କରି ମ୍ୟାଚ ଜିଣିଥିଲେ। ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦେବବ୍ରତ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଛି। ମ୍ୟାଚ ଗୁଡିକରେ ସଞ୍ଜିବ ପ୍ରସାଦ ଓ ଦୀପକ ଯାଦବ ଅତିଥି ରୂପେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ମ୍ୟାଚ ଗୁଡିକରେ ଅମ୍ପାୟାରର ଦାୟିତ୍ୱ ବିକାଶ ମେହେର ଓ ମିଥିଲେଶ ପ୍ରସାଦ, ସ୍କୋରର ଦାୟିତ୍ୱ ସୁର୍ଯ୍ୟ ତ୍ରିପାଠୀ, ଉଦଘୋଷକ ପ୍ରତାପ ମିଶ୍ର ଓ ଦୀପକ ଗୁପ୍ତା ଦାୟିତ୍ୱ ନିର୍ବାହ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ସ୍ପୋଟିଂ ୟୁନିୟନ କ୍ଲବର ସଭାପତି ବିକାଶ ମିଶ୍ର, ଉପ ସଭାପତି ଭାଗିରଥି ସିଂଦେଓ, ସଚିବ ସଞ୍ଜୀବ ନାୟକ, ପ୍ରଦୀପ ପାଢ଼ୀ, ଉଦିତ, ସଞ୍ଜୀବ, ସୁର୍ଯ୍ୟ, ପ୍ରଭାତ ପତି କରୁଣାକର କରଙ୍କ ସମେତ ସମସ୍ତ ସଦସ୍ୟ ଆୟୋଜନରେ ସକ୍ରିୟ ସହାୟତା କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୬ ତାରିଖରେ ଶେଷ ହେବ ବୋଲି ସଭାପତି ବିକାଶ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories