www.samajalive.in
Sunday, December 7, 2025
26.1 C
Bhubaneswar

ମଙ୍ଗଳ ଗ୍ରହରେ ଦେଖାଯାଉଥିବା ୧୮୦୦ କି.ମି. ଲମ୍ବ ଧଳା ବାଦଲର ରହସ୍ୟ ଖୋଲିଲେ ବୈଜ୍ଞାନିକ

ମଙ୍ଗଳ ଗ୍ରହରେ ଏକ ବିଚିତ୍ର ଲମ୍ବା ଧଳା ବାଦଲ ଦେଖିବାକୁ ମିଳିଛି। ଏହି ବାଦଲ ମଙ୍ଗଳ ଗ୍ରହ ଆକାଶରେ ପ୍ରାୟ ସମୟରେ ଦେଖିବାକୁ ମିଳୁଛି। ଅନେକ ବର୍ଷ ଧରି ବୈଜ୍ଞାନିକମାନେ ଏହାକୁ ଦେଖୁଛନ୍ତି। କିନ୍ତୁ ଏହି ଧଳା ବାଦଲ ପଛର ରହସ୍ୟ ଏବେ ଉନ୍ମୋଚନ ହୋଇଛି। ଏହି ରହସ୍ୟକୁ ସାମ୍ନାକୁ ଆଣିବାରେ ଭାରତର ମଙ୍ଗଳଯାନ ସହଯୋଗ କରିଛି। ଏହି ଲମ୍ବା, ବରଫ ଭଳି ଦେଖାଯାଉଥିବା ବାଦଲ ସୌର ମଣ୍ଡଳର ସବୁଠୁ ଉଚ୍ଚ ଜ୍ଵାଳାମୁଖୀ ପାହାଡ଼ ଆଖପାଖରେ ସୃଷ୍ଟି ହୋଇଥାଏ।

Image Courtesy: aajtak

ମଙ୍ଗଳ ଗ୍ରହରେ ସୌର ମଣ୍ଡଳର ସବୁଠୁ ବଡ଼ ଜ୍ଵାଳାମୁଖୀ ରହିଛି। ଏହାର ନାମ ଅଲିମ୍ପସ ମନ୍‌ସ। ଏହା ବି କୁହାଯାଉଛି ଯେ ଏହି ଜ୍ଵାଳାମୁଖୀ ସୌର ମଣ୍ଡଳର ସବୁଠ ଉଚ୍ଚ ପାହାଡ଼। ଏହା ମଙ୍ଗଳ ଗ୍ରହର ଦକ୍ଷିଣ ଭାଗରେ ରହିଛି। ପ୍ରତିବର୍ଷ ଏହି ପାହାଡ଼ ଉପର ଦେଇ ଏକ ଲମ୍ବା ଧଳା ବାଦଲ ଦେଖିବାକୁ ମିଳିଥାଏ।

- Advertisement -
Image Courtesy: aajtak

ଅଲିମ୍ପସ ମନ୍‌ସ ଉପରେ ଦେଖାଯାଉଥିବା ଏହି ଧଳା ବାଦଲ ପ୍ରତିଦିନ ପ୍ରାୟ ୮୦ ଥର ସୃଷ୍ଟି ହୋଇଥାଏ ଏବଂ ନଷ୍ଟ ହୋଇଯାଇଥାଏ। ଗତଥର ଯେଉଁ ବାଦଲ ଦେଖିବାକୁ ମିଳିଥିଲା ତାହାର ଲମ୍ବ ୧୮୦୦ ଏବଂ ପ୍ରସ୍ଥ ୧୫୦ କିଲୋମିଟର ଥିଲା। ଏହି ବାଦଲକୁ ଅର୍ସିଆ ମନ୍‌ସ ଏଲୋଙ୍ଗେଟେଡ୍‌ କ୍ଲାଉଡ୍‌ କୁହାଯାଇଥାଏ।

ୟୁରୋପିୟନ ସ୍ପେଶ ଏଜେନ୍ସିର ମାର୍ସ ଏକ୍ସପ୍ରେସ ଅର୍ବିଓର ଅର୍ସିଆ ମନ୍‌ସ ଏଲୋଙ୍ଗେଟେଡ୍‌ କ୍ଲାଉଡ୍‌ର ଫଟୋ ଉତ୍ତୋଳନ କରିଛି। ମାର୍ସ ଏକ୍ସପ୍ରେସ ଅର୍ବିଟରରେ ଲାଗିଥିବା ଭିଜୁଆଲ ମନିଟରିଂ କ୍ୟାମେରା ଏହାର ଫଟୋ ଏବଂ ଭିଡିଓ  ପ୍ରସ୍ତୁତ କରିଛି। ଏହି କ୍ୟାମେରାକୁ ମାର୍ସ ୱେବ୍‌କ୍ୟାମ ବି କୁହାଯାଇଥାଏ।

ୟୁରୋପିୟନ ସ୍ପେଶ ଏଜେନ୍ସି ଏବଂ ନାସା ବୈଜ୍ଞାନିକମାନେ ଏହି ବାଦଲର ଅଧ୍ୟୟନ କରିବା ପରେ ଜଣାପଡ଼ିଛି ଯେ, ଏହି ବାଦଲ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସୃଷ୍ଟି ହୋଇଥିଲା। ଏହା ପ୍ରାୟ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ମଙ୍ଗଳ ପୃଷ୍ଟରେ ଦେଖିବାକୁ ମିଳିଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories