www.samajalive.in
Tuesday, December 9, 2025
15.1 C
Bhubaneswar

ଓଡ଼ିଶାର ୩୪୦ ଜଣଙ୍କୁ ମିଳିବ କଳାକାର ପେନସନ

ନୂଆଦିଲ୍ଲୀ: ୨୦୨୦-୨୧ ବର୍ଷରେ ଓଡ଼ିଶାର ୩୪୦ ଜଣ କଳାକାରଙ୍କୁ ପେନସନ ଓ ମେଡିକାଲ ସହାୟତା ଦେବା ଲାଗି ଏକ୍ସପର୍ଟ କମିଟି ସୁପାରିସ କରିଛି ବୋଲି ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଜଣାଇଛନ୍ତି। ଓଡ଼ିଶାର କେତେ ଜଣ କଳାକାରଙ୍କୁ କେନ୍ଦ୍ର ସରକାର ପେନସନ ଦେଉଛନ୍ତି ବୋଲି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ କହିଛନ୍ତି ଯେ ୨୦୨୦-୧୯ରେ ୧୩୦ ଜଣ ଏବଂ ୨୦୧୯-୧୮ରେ ୨୦ ଜଣ କଳାକାର ପେନସନ ପାଇବାକୁ ମନୋନୀତ ହୋଇଥିଲେ। ୨୦୨୦-୨୧ ବର୍ଷରେ ଦେଶରେ ସମୁଦାୟ ୧୮୨୧ ଜଣ କଳାକାର ପେନସନ ପାଇବାକୁ ଏକ୍ସପର୍ଟ କମିଟି ସୁପାରିସ କରିଛି। ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ପଶ୍ଚିମବଙ୍ଗ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ପଶ୍ଚିମବଙ୍ଗର ୯୧୪ ଜଣ କଳାକାର ୨୦୨୦-୨୧ ବର୍ଷରେ ପେନସନ ଓ ମେଡିକାଲ ସହାୟତା ରାଶି ପାଇବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories