www.samajalive.in
Wednesday, December 10, 2025
15.1 C
Bhubaneswar

ମେଡିକାଲ କଲେଜ ନାମଲେଖା : ପ୍ରକାଶ ପାଇଲା ବଳକା ସିଟ୍‌ ତାଲିକା

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ମେଡିକାଲ କଲେଜ ପାଇଁ ୨ୟ ପର୍ଯ୍ୟାୟ କାଉନସେଲିଂ ଆରମ୍ଭ ହୋଇଥିଲା ବେଳେ ଆଜି ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି। ସେହିପରି ସର୍ବଭାରତୀୟ ସ୍ତର କୋଟାରୁ ୩୭​ସିଟ୍‌ ଫେରିଛି, ରାଜ୍ୟର ବଳକା ସିଟ୍‌ ୨୩୫ ରହିଛି। ମୋଟ ୨୭୨ ସିଟ୍‌ ଲାଗି ୧୦ରୁ ୧୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଚଏସ୍ ଫିଲିଂ ଓ ଲକିଂ ବ୍ୟବସ୍ଥା ରହିଛି। ୧୨ରେ ୨ୟ ପର୍ଯ୍ୟାୟ ପ୍ରାଥମିକ ନାମଲେଖା ଚିଠି ଇଣ୍ଟରନେଟରୁ ଡାଉନଲୋଡ୍ କରିହେବ। ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ପ୍ରାଥମିକ ନାମଲେଖା ୧୩ରୁ ୧୮ ମଧ୍ୟରେ ହେବ। ୨୦ ସୁଦ୍ଧା ନାମ ଲେଖାଇଥିବା ଛାତ୍ରଛାତ୍ରୀ ପ୍ରତ୍ୟାହାର କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ପରେ ଯଦି ସିଟ୍ ବଳକା ରହିବ, ତେବେ ୨୧ ଓ ୨୨ ତାରିଖରେ ଓଜେଇଇ ସେଲ୍ରେ ସ୍ପଟ୍ ନାମଲେଖା ହେବ। ୨୬ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ଯୋଗ ଦେବେ। ୨୭ତାରିଖରେ ଖାଲି ଥିବା ସିଟ ମେଡିକାଲ କଲେଜଗୁଡିକୁ ଫେରାଇ ଦିଆଯିବ। ୩୧ସୁଦ୍ଧା ଘରୋଇ କଲେଜକୁ ଫେରାଇ ଦିଆଯାଇଥିବା ସିଟ୍‌ରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories