www.samajalive.in
Sunday, December 7, 2025
26.1 C
Bhubaneswar

ଆଣ୍ଟିଲିଆ ମାମଲା: ବିସ୍ଫୋରକ ଭର୍ତ୍ତି ଗାଡ଼ି ନିକଟରେ ନଜର ଆସିଲେ ପିପିଇ କିଟ୍‌ ପିନ୍ଧିଥିବା ସନ୍ଦିଗ୍ଧ ବ୍ୟକ୍ତି, ସିସିଟିଭି ଫୁଟେଜରୁ ମିଳିଲା ସୁରାକ

ମୁମ୍ବଇ: ମୁମ୍ବଇରେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରୁ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଜବତ ମାମଲାରେ ପୁଲିସକୁ ଏକ ବଡ଼ ସୁରାକ୍‌ ମିଳିଛି। ଗୋଟିଏ ପଟେ ଏନଆଇଏ ଏହାର ତଦନ୍ତ କରୁଥିବାବେଳେ ଅନ୍ୟ ପଟେ ମୁମ୍ବଇ ପୁଲିସ ବି ଖୋଳତାଡ଼ ଜାରି ରଖିଛି। ତଦନ୍ତ ସମୟରେ ମୁମ୍ବଇ ପୁଲିସକୁ ମିଳିଥିବା ସିସିଟିଭି ଫୁଟେଜରୁ ସ୍କର୍ପିଓ ନିକଟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ନଜର ଆସିଛନ୍ତି। ବ୍ୟକ୍ତି ଜଣକ ପିପିଇ କିଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି।

ପୁଲିସ ସୂଚନା ଅନୁସାରେ, ସିସିଟିଭି ଫୁଟେଜରେ ନଜର ଆସିଥିବା ସନ୍ଦିଗ୍ଧ ବ୍ୟକ୍ତି ଜଣକ କାର୍‌ ଚାଳକ ହୋଇଥାଇପାରନ୍ତି। ସନ୍ଦିଗ୍ଧ ବ୍ୟକ୍ତି ଜଣକ ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ପାର୍କ କରିବା ପରେ ସେଠାରୁ ଅନ୍ୟ ଏକ ଇନୋଭା କାର୍‌ରେ ଫେରାର ହୋଇଯାଇଥିଲେ। ଏହି ଦୁଇଟି ଗାଡ଼ି ଅମ୍ବାନୀଙ୍କ ଘର ନିକଟକୁ କେଉଁଠାରୁ ଆସିଥିଲେ ପୁଲିସ ତାହାର ତଦନ୍ତ ଚଳାଇଛି।

- Advertisement -

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଗୃହ ମନ୍ତ୍ରଣାଳୟ ଗତ ସୋମବାର ଏହି ମାମଲାର ତଦନ୍ତ ଦାୟିତ୍ଵ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରିଥିଲା। ଏବେ ଏନଆଇଏ ମାମଲାର ତଦନ୍ତ କରିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏନଆଇଏ ତଦନ୍ତ ପାଇଁ ଦାବି କରିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories