www.samajalive.in
Sunday, December 7, 2025
23.1 C
Bhubaneswar

ନାବାଳିକାଙ୍କୁ ଗଣଦୁଷ୍କର୍ମ, ୯ ଅଭିଯୁକ୍ତଙ୍କ ମଧ୍ୟରେ ୨ ନାବାଳକ

କୋଟା: ଅନ୍ତର୍ଜାତୀୟ ମହିଳା ଦିବସରେ ସାରା ବିଶ୍ଵ ନାରୀ ଶକ୍ତିର ଗୁଣଗାନ କରୁଥିବାବେଳେ ଠିକ୍‌ ସେହିଦିନ ରାଜସ୍ଥାନର ଝାଲାଭାଡ଼ ଅଞ୍ଚଳରେ ଜଣେ ନାବାଳିକା ଝିଅ ସହିତ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟା ଝିଅକୁ ୯ ଜଣ ବ୍ୟକ୍ତି ନିଶା ଔଷଧ ଖୁଆଇ ୮ ଦିନ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିଛନ୍ତି। ଘଟଣାଟି ସାମ୍ନାକୁ ଆସିବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳିକା ଥିବା ପୁଲିସ କହିଛି।

ପୁଲିସ ସୂଚନା ଅନୁସାରେ, ଝାଲାଭାଡ଼ ଅଞ୍ଚଳରେ ୯ ଜଣ ଅଭିଯୁକ୍ତ ନାବାଳିକାଙ୍କୁ ବିଭିନ୍ନ ସ୍ଥାନରେ ରଖି ଏକାଧିକ ଥର ଦୁଷ୍କର୍ମ କରିଛନ୍ତି। ଗତ ଶୁକ୍ରବାର ପୀଡ଼ିତା କୌଣସି ପ୍ରକାରେ ସେମାନଙ୍କ କବଳରୁ ଖସି ଆସିବାରେ ସକ୍ଷମ ହୋଇଥିଲେ। ସେ ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।

- Advertisement -

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗତ ଫେବୃୟାରୀ ୨୫ ତାରିଖରେ ସେ ନିଜର ଜଣେ ସହପାଠୀଙ୍କ ସହିତ ସ୍କୁଲ ବ୍ୟାଗ ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ କିଣିବାକୁ ଝାଲାଭାଡ଼ ସହରକୁ ଯାଇଥିଲେ। ତାଙ୍କ ସହପାଠୀ ସାଙ୍ଗରେ ଅନ୍ୟ ଜଣେ ଯୁବକ ଆସିଥିଲେ। ସହପାଠୀ କହିଥିଲେ ସ୍କୁଲ ବ୍ୟାଗ କିଣିବା ପରେ ତାଙ୍କୁ ସ୍କୁଲରେ ଛାଡ଼ିଦେବେ। କିନ୍ତୁ ସହପାଠୀ ଏବଂ ତାଙ୍କ ସହ ଆସିଥିବା ଜଣେ ଯୁବକ ତାଙ୍କୁ ଏକ ପାର୍କକୁ ନେଇଥିଲେ। ନାବାଳିକା ଜଣକ ପଚାରିବାରୁ ସେମାନେ କୌଣସି ବ୍ୟକ୍ତିଙ୍କୁ ଭେଟିବାକୁ ଅଟକିଥିବା କହିଥିଲେ। ଏହା ପରେ ୩/୪ ଜଣ ବ୍ୟକ୍ତି ଆସିଥିଲେ। ସେମାନେ ନାବାଳିକାଙ୍କୁ ଜୋର ଜବରଦସ୍ତି ନିଶା ଔଷଧ ଖୁଆଇ ଦୁଷ୍କର୍ମ କରିଥିଲେ।

୯ ଜଣ ଅଭିଯୁକ୍ତ ତାଙ୍କୁ ୮ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ନେଇ ବଳାତ୍କାର କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କର ଡାକ୍ତରୀମାଇନା କରାଯାଇଥିବା ଡିଏସପି ସୂଚନା ଦେଇଛନ୍ତି। ଏହା ସହିତ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories