www.samajalive.in
Sunday, December 7, 2025
23.1 C
Bhubaneswar

ଜଳୁଛି ଜଙ୍ଗଲ: ଆରମ୍ଭରୁ ଅସମ୍ଭାଳ, ଚିନ୍ତାରେ ବିଭାଗ

ଖଣ୍ଡଗିରି: ଗତ କିଛି ଦିନ ‌ଧରି ଚନ୍ଦକା ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା ଜଙ୍ଗଲ ବିଭାଗର ଚିନ୍ତା ବଢ଼ାଇଛି। ମାର୍ଚ୍ଚ ଆରମ୍ଭରୁ ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗରମ ଜନସାଧାରଣଙ୍କୁ ବିବ୍ରତ କରିଛି। ଏହା ଭିତରେ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଥିବା ଚନ୍ଦକା ଅଭୟାରଣ୍ୟରେ ନିଆଁ ଲାଗିବା ଅବସ୍ଥାକୁ ଅସମ୍ଭାଳ କରିଦେଲାଣି। ଜଙ୍ଗଲରେ ଅଗ୍ନିକାଣ୍ଡ ମନୁଷ୍ୟକୃତ ବା ଆକସ୍ମିକ ତାହା ସ୍ପଷ୍ଟ ନହେଲେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବିଶେଷଜ୍ଞ ଅଙ୍ଗୁଳି ନିର୍ଦେଶ କରିଛନ୍ତି।
ଚଳିତ ବର୍ଷ ଆରମ୍ଭରୁ ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ଦୁଇ ଥର ନିଆଁ ଲାଗିଥିବାବେଳେ ଜଙ୍ଗଲ ବାହାର ସୀମାରେ ଇତିମଧ୍ୟରେ ୩ଥର ଅଗ୍ନିକାଣ୍ଡ ଘଟି ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ଚନ୍ଦକା ଅଭୟାରଣ୍ୟର ଫିରକି ନାଳି ଚୁଡ଼ଙ୍ଗରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୨/୩ ଏକର ଜଙ୍ଗଲ ନଷ୍ଟ ହୋଇଛି। ସେହିଭଳି କୃଷ୍ଣନଗର ଚୁଡ଼ଙ୍ଗରେ ଅଭୟାରଣ୍ୟ ବାହାର ସୀମାରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୫ ବଖରା ଘର ଜଳି ଯାଇଛି। ଏହାସହ ପ୍ରାୟ ୪ ଜଣ ବ୍ୟକ୍ତିଙ୍କ ଧାନ, ଚାଉଳ ଓ ଆସବାବପତ୍ର ନଷ୍ଟ ହୋଇଛି।
ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍ ରହିଛନ୍ତି।

 

- Advertisement -

ଏହି ସ୍କ୍ବାଡ୍‌ ଖରାଦିନେ ବିଭିନ୍ନ ସ୍ଥାନ ବୁଲିବା ସହ ବନସୁରକ୍ଷା ସମିତି ସହଯୋଗରେ ଜଙ୍ଗଲରେ ଘଟୁଥିବା ଅଗ୍ନିକାଣ୍ଡ ନିୟନ୍ତ୍ରଣ କରିବ ନଚେତ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବ। ମାତ୍ର ସେଭଳି କିଛି ବ୍ୟବସ୍ଥା ନଥିବା ଫିରିକ ନାଳି ନିକଟରେ ଥିବା ଚନ୍ଦକା ଅଭୟାରଣ୍ୟରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାରୁ ସ୍ପଷ୍ଟ ହୋଇଛି। ଜଙ୍ଗଲ ସୀମାରେ ଥିବା ଗାଁଗୁଡ଼ିକର କେହି ବାସିନ୍ଦା ବିଡ଼ି ବା ସିଗାରେଟ୍ ଲଗାଇ ନିଆଁ ପକାଇ ଦେବା ଅସମ୍ଭବ ନୁହେଁ। ତେବେ ଚନ୍ଦକା- ଡମପଡ଼ା ଭିତରେ ଓ ବାହାରେ ଥିବା ଗାଁର ଲୋକଙ୍କୁ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗ ସଚେତନ କରିବାରେ ବିଫଳ ହୋଇଛନ୍ତି। ଚଳିତ ବର୍ଷ ସତର୍କ ନହେଲେ ଚନ୍ଦକା- ଡମପଡ଼ା ହସ୍ତୀ ଅଭୟାରଣ୍ୟର ଜଙ୍ଗଲରେ ପୁଣି ଯେ ଅଗ୍ନିକାଣ୍ଡ ନ ଘଟିବ ସେକଥା କହିହେବନାହିଁ। ଏହି ଦୁଇ ଅଗ୍ନିକାଣ୍ଡରୁ ବନ୍ୟପ୍ରାଣୀ ବିଭାଗ ସତର୍କତାମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଆଗାମୀ ଦିନରେ ଜଙ୍ଗଲ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯିବା ସହ ସତର୍କତା ଅବଲମ୍ବନ କରାଯିବ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି।
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଧମିଲୋ ମୌଜାର ଐତିହାସିକ ଭେଟ ଜଙ୍ଗଲରେ ଗତ କିଛିଦିନ ତଳେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ପୋଡ଼ିଯାଇଛି। ବର୍ତ୍ତମାନର ବସନ୍ତ ଋତୁରେ ମାଟି ଉପରେ ଫୁଟିଥିବା ନାଲି ନେଳି ରଙ୍ଗର ଫୁଲ ସମୂହ ଦୂରରୁ ଏକ ଫୁଲର ଗାଲିଚା ଭଳି ଦେଖାଯାଇ ଦର୍ଶକର ଦୃଷ୍ଟିଆକର୍ଷଣ କରିଥାଏ। ଏପରି ଶୋଭା ପସରା ଦେଖିବା ପାଇଁ ପର୍ୟ୍ୟଟକଙ୍କ ଭିଡ଼ ଜମିଥାଏ। ସେହିଭଳି ବସନ୍ତ ଋତୁରେ ବିଭିନ୍ନ ଗଛରେ ମାଡ଼ିଥିବା ଜଙ୍ଗଲି ଲଟାରେ ଫୁଟିଥିବା ଫୁଲସହ ଗହଳିଆ ଗଛମାନଙ୍କର ଆକର୍ଷଣ ଆଉ ନାହିଁ। ଧାଡ଼ି ଧାଡ଼ି ଲିମ୍ବ ଓ ପଳାଶ ଗଛରେ ଧରୁଥିବା ଫୁଲ ଓ କଢ଼ମାନ ତୋଳିବା ପାଇଁ ଏଠାରେ ଜମୁଥିବା ଲୋକଙ୍କର ଭିଡ଼ ବି ଆଉ ଦେଖାଯାଉ ନାହିଁ। ଜଙ୍ଗଲ ମଧ୍ୟରେ ଥିବା ଛୋଟ ଜଙ୍ଗଲୀ ଜୀବ ପୋଡ଼ି ହୋଇ ମରିଯାଇଛନ୍ତି ଦେଖାଯାଉ ବା ଅନ୍ୟତ୍ର ଚାଲିଯାଉଥିବାର ଜଣାଯାଉଛି। ରାଜଧାନୀ ଉପକଣ୍ଠରେ ଥିବା ଓ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏପରି ଏକ ସୁନ୍ଦର ଅରଣ୍ୟରେ ନିଆଁ କିଭଳି ଲାଗିଲା ତା’ର ତଦନ୍ତ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories