www.samajalive.in
Sunday, December 7, 2025
26.1 C
Bhubaneswar

୪ର୍ଥ ଟେଷ୍ଟ: ଇଂଲଣ୍ଡ ୨୦୫ରେ ଅଲଆଉଟ୍‌, ଜବାବରେ ଭାରତ ୨୨/୧

ଅହମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ୪ର୍ଥ ଟେଷ୍ଟରେ ଇଂଲଣ୍ଡ ୨୦୫ ରନରେ ଅଲଆଉଟ୍‌ ହୋଇଯାଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭ୍ରମଣକାରୀ ଦଳ ଭାରତୀୟ ବୋଲରଙ୍କର ଦୃଢ଼ ମୁକାବିଲା କରି ନ ପାରି ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ଜବାବରେ ଭାରତ ୩ୟ ସେସନରେ ୧୧ ଓଭର ଖେଳି ୧ ଉଇକେଟ୍‌ ହରାଇ ୨୨ ରନ୍‌ ସଂଗ୍ରହ କରିଛି। ଭାରତୀୟ ଓପନର ଶୁବମନ ଗିଲ୍‌ ବିନା କୌଣସି ରନ୍‌ରେ ଜେମ୍‌ସ ଆଣ୍ଡରସନଙ୍କ ଦ୍ବାରା ଆଉଟ୍‌ ହୋଇଛନ୍ତି।

ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ମାତ୍ର ୩୦ ରନ୍‌ରେ ୩ ଉଇକେଟ ହରାଇ ବିପର୍ଯ୍ୟୟର ଶିକାର ହୋଇଥିଲା। ଭାରତୀୟ ବୋଲରମାନେ ପୂରା ଇନିଂସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍‌ ଷ୍ଟୋକ୍‌ସ ସର୍ବାଧିକ ୫୫ ଏବଂ ଡାନିଏଲ ଲରେନ୍ସ ୪୬ ରନ୍‌ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୪ଟି, ରବିଚନ୍ଦ୍ରନ ଅଶ୍ଵିନ ୩, ମହମ୍ମଦ ଶିରାଜ ୨ଟି ଏବଂ ୱାଶିଂଟନ ସୁନ୍ଦର ଗୋଟିଏ ଉଇକେଟ୍‌ ଅକ୍ତିଆର କରିଥିଲେ।

- Advertisement -

ଭାରତ ଏହାର ପ୍ରଥମ ଇନିଂସ ଖେଳ ଆରମ୍ଭ କରିଥିବାବେଳେ ବିନା କୌଣସି ରନରେ ପ୍ରଥମ ଉଇକେଟ୍‌ ହରାଇଥିଲା। ରୋହିତ ଶର୍ମା ୮ ଏବଂ ଚେତେଶ୍ଵର ପୂଜାରା ୧୩ ରନ୍‌ କରି ଅପରାଜିତ ରହିଥିଲେ।

୪ ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳା​‌ରେ ଭାରତ ୨-୧​‌ରେ ଆଗୁଆ ଥିବାବେଳେ ୪ର୍ଥ ଟେଷ୍ଟ ଇଂଲଣ୍ଡ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ। ମ୍ୟାଚ୍‌ ଡ୍ର ରହିଲେ ଭାରତ ସିରିଜ ବିଜୟ ହେବ। ଇଂଲଣ୍ଡ ବିଜୟୀ ହେଲେ ସିରିଜ ଡ୍ର ରହିବ। ତେଣୁ ଇଂଲଣ୍ଡ ପାଇଁ ଏହା କର ବା ମର ସ୍ଥିତି ସୃଷ୍ଟି କରିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories