www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ; ୫୦ ହଜାର କୋଟି ନିବେଶ କରିବ ଆର୍ସେଲର ମିତ୍ତଲ

ଭୁବନେଶ୍ଵର: କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ୍‌ ପ୍ଲାଣ୍ଟ। ଭାରତର ପ୍ରତିଷ୍ଠିତ ଷ୍ଟିଲ୍‌ କମ୍ପାନୀ ଆର୍ସେଲର ମିତ୍ତଲ ନିପନ୍‌ ପକ୍ଷରୁ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଗୁରୁବାର ଏ ନେଇ ରାଜ୍ୟ ସରକାର ଏବଂ ଆର୍ସେଲର ମିତ୍ତଲ ନିପନ ମଧ୍ୟରେ ଚୁକ୍ତି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଏଲ. ଏନ. ମିତ୍ତଲଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି। ଚୁକ୍ତି ଅନୁସାରେ ଆର୍ସେଲର ମିତ୍ତଲ ନିପନ କମ୍ପାନୀ ରାଜ୍ୟରେ ୫୦ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ଏଥିରେ ୧୨ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଇସ୍ପାତ୍‌ କାରଖାନା ପ୍ରତିଷ୍ଠା କରାଯିବ।

- Advertisement -

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ସିଇଓ ଆଦିତ୍ୟ ମିତ୍ତଲଙ୍କ ମଧ୍ୟରେ ଗତ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନୂଆଦିଲ୍ଲୀସ୍ଥିତ ବାସଭବନରେ ଆୟୋଜିତ ଏହି ବୈଠକରେ ଧର୍ମେନ୍ଦ୍ର ଓଡ଼ିଶାରେ ଇସ୍ପାତ ଉତ୍ପାଦନ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସମ୍ପ୍ରସାରଣ ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବିଶେଷକରି ଓଡ଼ିଶାକୁ ଇସ୍ପାତ୍ ପେଣ୍ଠସ୍ଥଳୀରେ ପରିଣତ କରିବା ସେଥିରେ ଆର୍ସେଲର ମିତ୍ତଲର ଭୂମିକା ରହିବ ତାହା ଉପରେ ବୈଠକରେ ଆଲୋଚନା ହୋଇଥିଲା।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories