www.samajalive.in
Sunday, December 7, 2025
23.1 C
Bhubaneswar

ଅନୁରାଗ, ତାପସୀଙ୍କ ଘରେ ଆୟକର ଚଢ଼ାଉ ଜାରି, ଜାଣନ୍ତୁ କ’ଣ ରହିଛି ପ୍ରକୃତ କାରଣ

ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘରେ ଗୁରୁବାର ୨ୟ ଦିନ ପାଇଁ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଦୁଇ ସେଲିବ୍ରିଟିଙ୍କ ସହିତ ନିର୍ଦେଶକ ବିକାଶ ବହଲ, ବିକ୍ରମାଦିତ୍ୟ ମୋଟୱାନେ, ମଧୁ ମଣ୍ଟେନାଙ୍କ ଘରେ ବି ଚଢ଼ାଉ ଚାଲିଛି। ସୂତ୍ର ଅନୁସାରେ, ଏହି ଚଢ଼ାଉ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଚାଲିପାରେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆୟକର ବିଭାଗ ଟିମ୍‌ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁରାଗ ଏବଂ ତାପସୀଙ୍କୁ ପଚରାଉଚରା କରାଯାଇଥିଲା ଏବଂ ସେମାନଙ୍କ ଲାପଟପ ଓ ଫୋନ୍‌ ଜବତ କରି ଫୋରେନସିକ୍‌ ଲାବରେଟୋରିକୁ ଯାଞ୍ଚ ପଠାଇ ଦିଆଯାଇଛି। ଗୁରୁବାର ବି ପୁଣେରେ ଉଭୟଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

- Advertisement -

ତେବେ ତାପସୀ ଏବଂ ଅନୁରାଗଙ୍କ ଘରେ ଏହି ଚଢ଼ାଉ ହଠାତ୍‌ କ’ଣ ପାଇଁ ହେଉଛି ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟିକସ ଚୋରି ଅଭିଯୋଗରେ ଏହି ଚଢ଼ାଉ ହେଉଥିବା କୁହାଯାଉଛି। କିନ୍ତୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ଆଉ କିଛି ଉଦାହରଣ ମଧ୍ୟ ଦେଇଛନ୍ତି। ରାହୁଲ ଟ୍ବିଟ୍‌ କରି କେନ୍ଦ୍ର ସରକାର କୃଷକମାନଙ୍କ ସମର୍ଥକଙ୍କ ଘରେ ଚଢ଼ାଉ କରାନ୍ତି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅନୁରାଗ ଏବଂ ତାପସୀ ଶାହୀନ ବାଗ ଆନ୍ଦୋଳନଠାରୁ ଆରମ୍ଭ କରି କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ସବୁଠି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସିଥିଲେ। ଆୟକର ଚଢ଼ାଉ ପଛରେ ଏହି କାରଣ ଥାଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories