www.samajalive.in
Sunday, December 7, 2025
14.1 C
Bhubaneswar

ଭାରତରେ ଅଚାନକ ବଢ଼ିବ ମରୁଡ଼ି ତୀବ୍ରତା, ସତର୍କ କରାଇଲା ଗାନ୍ଧୀନଗର ଆଇଆଇଟି

ଜଳବାୟୁ ପରିବର୍ତ୍ତନ ସାରା ବିଶ୍ଵକୁ ଦ୍ରୁତ ବେଗରେ ପ୍ରଭାବିତ କରୁଛି। ପରିବେଶ ପ୍ରତି ଏହାର ନକାରାତ୍ମକ ପ୍ରଭାବ ଦିନକୁ ଦିନ ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ବି ସ୍ଥିତି ଭୟଙ୍କର ହେବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷ କରି ଗ୍ରୀଷ୍ମପ୍ରାଧାନ୍ୟ ଏହି ଦେଶରେ ଅଚାନକ ମରୁଡ଼ି ପରିସ୍ଥିତି ଉପୁଜିବ ବୋଲି ଗାନ୍ଧୀନଗର ଆଇଆଇଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଗବେଷକମାନେ ଜାଣିବାକୁ ପାଇଛନ୍ତି।

ଗବେଷକମାନଙ୍କ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁ ମୃତ୍ତିକାର ଆର୍ଦ୍ରତା ଦ୍ରୁତଗତିରେ ହ୍ରାସ ପାଇବ। ଏହା ଫଳରେ ମରୁଡ଼ିର ତୀବ୍ରତା ବୃଦ୍ଧି ପାଇବ। ପରମ୍ପରାଗତ ମରୁଡ଼ି ତୁଳନାରେ ଅଚାନକ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଯୋଗୁ ଦୁଇ/ତିନି ସପ୍ତାହ ଭିତରେ ଏକ ବଡ଼ ଅଞ୍ଚଳକୁ ପ୍ରଭାବିତ କରିପାରିବ। ଏହା ଦ୍ବାରା ଫସଲ ଉପରେ ବହୁତ ଖରାପ ପ୍ରଭାବ ପଡ଼ିବ ଏବଂ ଜଳସେଚନ ପାଇଁ ପାଣିର ଚାହିଦା ବୃଦ୍ଧି ପାଇବ।

- Advertisement -

ଆଇଆଇଟି ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ଏନପିଜେ କ୍ଲାଇମେଟ ଜର୍ନାଲରେ ପ୍ରକାଶିତ ହୋଇଛି। ‘ମୌସୁମୀ ସମୟରେ ଉପୁଜୁଥିବା ମରୁଡ଼ି ପରିସ୍ଥିତିରେ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର ଭୂମିକା’ ଉପରେ ଏଥିରେ ବର୍ଣ୍ଣନା କରାଯାଇଛି। ଭାରତୀୟ ପାଣିପାଗ ବିଭାଗଠାରୁ ଏକତ୍ର କରାଯାଇଥିବା ମୃତ୍ତିକା ନମୁନା ଏବଂ ଜଳବାୟୁ ଆକଳନକୁ ଅଧ୍ୟନରେ ଉପଯୋଗ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗବେଷକମାନେ ନିଜ ଅଧ୍ୟୟନରେ ୧୯୫୧ରୁ ୨୦୧୬ ମଧ୍ୟରେ ସବୁଡ଼ୁ ବଡ଼ ମରୁଡ଼ି ୧୯୭୯ରେ ପଡ଼ିଥିବା ଉଲ୍ଲେଖ କରିଛନ୍ତି। ଏହି ସମୟରେ ଦେଶର ୪୦ ପ୍ରତିଶତରୁ ଅଧିକ ଅଂଶ ଏଥିରେ ପ୍ରଭାବିତ ହୋଇଥିଲା। ଏହାକୁ ନେଇ ଆଇଆଇଟି ଗାନ୍ଧୀନଗରର ସିଭିଲ ଇଞ୍ଜିନିୟରିଂ ବିଭାଗ ଆସୋସିଏଟ ପ୍ରଫେସର ବିମଳ ମିଶ୍ର କହିଛନ୍ତି, ଆମେ ଅଧ୍ୟୟନରୁ ଜାଣିବାକୁ ପାଇଛୁ ଯେ, ମୌସୁମୀ ସମୟରେ କିମ୍ବା ମୌସୁମୀ ଆସିବାରେ ବିଳମ୍ବ ଯୋଗୁ ଭାରତରେ ଅଚାନକ ମରୁଡ଼ି ସ୍ଥିତି ଦେଖିବାକୁ ମିଳିଛି ଏବଂ ଏହା କାରଣରୁ ଭବିଷ୍ୟତରେ ଅଚାନକ ମରୁଡ଼ିର ତୀବ୍ରତା ବୃଦ୍ଧି ପାଇବ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories