www.samajalive.in
Sunday, December 7, 2025
13.1 C
Bhubaneswar

ସାତକୋଶିଆ ଇକୋ-ରିଟ୍ରିଟରେ ଅଗ୍ନିକାଣ୍ଡ: ଜଳିଗଲା ୩ କଟେଜ, ରକ୍ଷା ପାଇଗଲେ ଆଇପିଏସ ଦମ୍ପତି

https://youtu.be/4a5G5Z42InQ

କଟକ ଜିଲ୍ଲା ସାତକୋଶିଆ ବାଲିପୁଟ ସ୍ଥିତ ଇକୋ ରିଟ୍ରିଟରେ ଆଜି ଭୋର ୫ଟାରେ ଇଲେକ୍ଟ୍ରିକ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିବ ଫଳରେ ସେଠାରେ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ୩ଟି କଟେଜ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ତେବେ ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ସୂଚନା ମିଳିଛି। ଆଜି ସେଠାରେ ଇକୋ-ରିଟ୍ରିଟ ଶେଷ ହେବାର ଥିଲା କିନ୍ତୁ ତାହା ପୂର୍ବରୁ ଟେଣ୍ଟ ସବୁ ନିଆଁ ଲାଗି ପୋଡିଯାଇଛି।

- Advertisement -


ମିଳିଥିବା ସୂଚନା ଅନୁଯାୟୀ ସେହି ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ ସମୟରେ ଆଇପିଏସ ଦମ୍ପତ୍ତି ସଂଜୀବ ପଣ୍ଡା ଓ ସନ୍ତୋଷ ବାଲା ଓ ସେମାନଙ୍କ ସାଥି ରହୁଥିଲେ ତେବେ ସୌଭାଗ୍ୟ ବଶତଃ ସେମାନେ ସୁରକ୍ଷିତ ଅଛନ୍ତି। ପରେ ଆଇପିଏସ ସଂଜୀବ ପଣ୍ଡା ନିଜେ ସୁରକ୍ଷିତ ଥିବା ଟ୍ୱିଟ କରିଛନ୍ତି। ଇତିମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ମଧ୍ୟରୁ ନିଆଁ ଲାଗିବାର କାରଣ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories