www.samajalive.in
Sunday, December 7, 2025
26.1 C
Bhubaneswar

ଆଜିଠାରୁ ଓଡ଼ିଶା ମହିଳା ଫୁଟବଲ ଲିଗ୍‌ : ଭାଗନେବେ ୬ ଦଳ,୩୦ ଲିଗ୍‌ ମ୍ୟାଚ,

ଓଡ଼ିଶା ପୁଲିସ -କ୍ରୀଡ଼ା ଛାତ୍ରାବାସ ଉଦ୍‌ଘାଟନୀ ମ୍ୟାଚ

କଟକ  : ମହିଳା ଫୁଟବଲକୁ ରାଜ୍ୟରେ​ ଅଧିକରୁ ଅଧିକ ଲୋକପ୍ରିୟତା କରିବା ସହ ଓ ଦକ୍ଷ ଖେଳାଳି ସୃଷ୍ଟି କରିବା ଲକ୍ଷ୍ୟ ନେଇ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ) ଓ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆଗେଇ ଆସିଛନ୍ତି। ଫାଓ ଓ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ମହିଳା ଫୁଟବଲ ଲିଗ୍‌ । ପ୍ରଥମ ଓଡ଼ିଶା ମହିଳା ଫୁଟବଲ ଲିଗ୍‌-୨୦୨୧ ରବିବାରଠାରୁ ଭୁବନେଶ୍ବରରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ରାଇଜିଂଷ୍ଟୁଡେଣ୍ଟସ୍‌ ,ଓଜିପି କ୍ଳବ, ଓଡ଼ିଶା ପୁଲିସ, ଓଡ଼ିଶା କ୍ରୀଡ଼ା ଛାତ୍ରାବାସ, ସାଇ କଟକ ଓ ରେଲୱେ ଦଳ ଅଂଶଗ୍ରହଣ କରିବ। ଇଭା ପାନ୍ନା ସାଇ କଟକ, ବନ୍ୟା କବିରାଜ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ, ମନୀଷା ପାନ୍ନା ରେଲୱେ, କରିସ୍ମା ଓରାମ ଓଡ଼ିଶା ପୁଲିସ, ସତ୍ୟବତୀ ଖାଡ଼ିଆ ରାଇଜିଂଷ୍ଟୁଡେଣ୍ଟସ୍‌ ଓ ସସ୍ମିତା ପରିଡ଼ା​‌ ଓଜିପି କ୍ଲବର ଅଧିନାୟିକା ଦାୟିତ୍ବ ତୁଲାଇବେ। ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ) ପକ୍ଷରୁ ଆୟୋଜିତ ଇଣ୍ଡିଆନ ୱିମେନ ଲିଗ୍‌ ୨୦୧୭-୧୮ର ଚମ୍ପିଆନ ଓ ୨୦୧୬-୧୭ର ରନର୍ସଅପ ରାଇଜିଂଷ୍ଟୁଡେଣ୍ଟସ୍‌, ରେଲୱେ ଓ ଓଡ଼ିଶା ପୁଲିସ ଭଳି ଦଳ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆକର୍ଷଣ ରହିଛନ୍ତି। ମ୍ୟାଚ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଓ କ୍ୟାପିଟାଲ ହାଇସ୍କୁଲ ଖେଳ ପଡ଼ିଆରେ ଖେଳାଯିବ। ୨୮ ତାରିଖରେ ଓଡ଼ିଶା ପୁଲିସ ଓ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ। ମାର୍ଚ୍ଚ ୨୭ ପର୍ୟ୍ୟନ୍ତ ମୋଟ ୩୦ଟି ଲିଗ୍‌ ମ୍ୟାଚ ଖେଳାଯିବ । ପ୍ରତ୍ୟେକ ଦଳ ୧୧ଟି ଲେଖାଏଁ ଲିଗ୍‌ ମ୍ୟାଚ ଖେଳିବେ ବୋଲି ଶନିବାର ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡ଼ିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଓ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି। ଏହି ଅବସରରେ ଓଡ଼ିଶା ମହିଳା ଫୁଟବଲ ଲିଗ୍‌ର ଜର୍ସି ​‌ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ ସମ୍ପାଦକ ତଥା ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ ପାଲଙ୍କ ସମେତ ୬ ଦଳର ଅଧିନାୟିକା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କ୍ରୀଡ଼ାବିତ୍‌ମାନଙ୍କ ଲାଗି ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ସହ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଓଡ଼ିଶା ମହିଳା ଫୁଟବଲ ଲିଗ୍‌ ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ରାଜ୍ୟ କ୍ରୀଡ଼ା ବିଭାଗର ସହଯୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ସଚିବ ବିଶାଳ ଦେବ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦେଶକ ଆର. ଭିନିଲ କ୍ରିଷ୍ଣା ପ୍ରମୁଖଙ୍କୁ ଫାଓ ସମ୍ପାଦକ ଶ୍ରୀ ବେହେରା କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories