www.samajalive.in
Tuesday, December 9, 2025
15.1 C
Bhubaneswar

ଗୁଣି ଗାରେଡି ସନ୍ଦେହରେ ଅଭାବନୀୟ ଘଟଣା : ଘରୁ ଘୋଷାଡି ଆଣି ହତ୍ୟାକରି ପୋଡିଦେଲେ

ଗୁଣପୁର : ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା କରିଛନ୍ତି ଗାଁ ଲୋକେ। ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପୋଡି ପକାଇଛନ୍ତି। ଏଭଳି ଘଟଣା ଘଟାଇ ଅପରାଧି ମାନେ ଫେରାର ହୋଇ ଯାଇଛନ୍ତି। ଏତେ ବଡ ଘଟଣା ପରେ ଗାଁ ଲୋକେ ମଧ୍ୟ ଭୟରେ ନିରବ ରହୁଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଥାନା ଅନ୍ତର୍ଗତ ପାଜିଲିବନ୍ଧ ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏହି ଘଟଣା ପରେ ମୃତ ରାମ ମୁଳି (୫୭)ଙ୍କ ସ୍ତ୍ରୀ ମାୟା ମୁଳି ପଦ୍ମପୁର ଥାନାରେ ଏତଲା ଦେଇଥିଲେ ହେଁ ଏଯାଏଁ ଅପରାଧ ଘଟାଇ ଫେରାର ହୋଇଯାଇ ଥିବା ବ୍ୟକ୍ତି ମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇ ପାରିନି। ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ରାମ ସହ ଗାଁ ଲୋକଙ୍କ ଭଲ ସମ୍ପର୍କ ନଥିଲା। ରାମ ଗୁଣି ଗାରେଡି କରୁଥିବା ନେଇ ଗାଁ ଲୋକଙ୍କ ମଧ୍ୟରେ ସନ୍ଦେହ ରହିଥିଲା। ଗାଁର ଝିଅ ବୋହୁଙ୍କ ପ୍ରତି ରାମର ଭଲ ନଜର ନଥିବା କି ତା’ ବ୍ୟବହାର ମଧ୍ୟ ଭଲ ନଥିଲା ବୋଲି ପୁଲିସ ଆଗରେ କେତେକ ଗାଁ ଲୋକ କହିଛନ୍ତି। ଆଉ କେତୋଟି ଘଟଣାକୁ ନେଇ ଗାଁ ବାଲାଙ୍କ ସହ ରାମର ପୁର୍ବ ଶତ୍ରୁତା ରହିଥିବା ମଧ୍ୟ ପୁଲିସ ଖବର ପାଇଛି। ତେବେ ଗତକାଲି ରାତିରେ ଗାଁ ନିକଟସ୍ଥ ଏକ କୁଡିଆରେ ରାମ ଶୋଇଥିବା ବେଳେ ସେହି ଗାଁର ୭ ରୁ ୮ ଜଣ ଉକ୍ତ କୁଡିଆରୁ ରାମକୁ ଟାଣିଆଣି ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ରାମର ଶବକୁ ପୋଡି ପକାଇ ଥିଲେ। ଖବର ପାଇ ବିଳମ୍ବିତ ରାତିରେ ପଦ୍ମପୁର ପୁଲିସ ଗାଁକୁ ପହଞ୍ଚି ଥିଲେ ମଧ୍ୟ ଗାଁରେ ଜନ ଗହଳି ଦେଖି ଗାଁ ଭିତରକୁ ଯିବାକୁ ସାହାସ ଜୁଟାଇ ପାରି ନଥିଲେ। ଫଳରେ ବାହାରୁ ଖବର ସଂଗ୍ରହ କରି ଫେରି ଆସିଥିଲା।

ଆଜି ସକାଳୁ ଅନୁସନ୍ଧାନୀ କୁକୁର ଓ ସାଇଁଟିଫିଟ ଦଳକୁ ସାଥିରେ ନେଇ ପୋଲିସ ଉକ୍ତ ଗାଁକୁ ପହଞ୍ଚିଥିଲା। ଗାଁରୁ ରକ୍ତଭିଜା ମାଟି, ରକ୍ତଛିଟା ଲାଗିଥିବା କପଡା ସହ ହତ୍ୟା ସ୍ଥଳର ମାଟି, ପୋଡା ଯାଇଥିବା ପାଉଁଶ, ଦରପୋଡା କାଠ ଇତ୍ୟାଦି ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଛି। ଘଟଣା ସ୍ଥଳରେ ପୋଲିସ ଏସଡିପିଓ ରାଜ କିଶୋର ଦାସ ପହଞ୍ଚି ଘଟଣାଟି କାହିଁକି ଘଟିଲା, କିଭଳି ପରିସ୍ଥିତିରେ ହତ୍ୟାର ରୂପନେଲା ଓ ନିଦ୍ଧିଷ୍ଟ ଭାବେ କେତେଜଣ ସାମିଲ ଥିଲେ ଏସବୁର ତନ୍ନ ତନ୍ନ ଅନୁସନ୍ଧାନ ଜାରୀ ରଖିଛନ୍ତି। ଘଟଣାର ପାରିପାଶ୍ୱିର୍କ ପରିସ୍ଥିତି ଅନୁଯାୟୀ ପୂର୍ବ ସତ୍ରୁତା ବୋଲି ଜଣା ପଡୁଥିଲେ ମଧ୍ୟ ତା ପଛରେ ଗୁଣି ଗାରେଡି ଭଳି ଏକ ଅନ୍ଧ ବିଶ୍ୱାସ ରହିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରୁଥିବାରୁ ଘଟଣାଟି ଅଧିକ ରହସ୍ୟମୟ ହୋଇଥିବା ଏସଡିପିଓ କହିଛନ୍ତି। ଏଥି ପୂର୍ବରୁ ମଧ୍ୟ ଗୁଣପୁର ଥାନା ଅଧିନସ୍ତ ଚିନ୍ତାଲୁଗୁଡା, ଉକୁମ୍ବାଗୁଡା, ପୁଟାସିଂ ଥାନା ଅନ୍ତର୍ଗତ କିତୁଂ ରେ ଏଭଳି ଗୁଣି ଗାରେଡିକୁ ନେଇ ହତ୍ୟାକାଣ୍ଡ ସଙ୍ଗଠିତ ହୋଇଥିଲା। କିତୁଂର ଲୋମ ହର୍ଷଣକାରୀ ଘଟଣାର ବିଚାର କରି ମାନ୍ୟବର କୋର୍ଟ ୯ଜଣ ଅଭିଯୁକ୍ତଙ୍କ ବିରୋଧରେ ଫାଣୀ ଅର୍ଡର କରିଥିଲେ। ଯାହାକି ରାଜ୍ୟରେ ଚାଞ୍ଚଲ୍ୟ ଖେଲି ଯାଇଥିଲା । ଗୁଣି ଗାରେଡି ସନ୍ଦେହରେ ସ୍ଥାନୀୟ ଅଞ୍ଚଳ ମାନଙ୍କରେ ସବୁବେଳେ ଅପରାଧ ଘଟୁଥିବା ବେଳେ ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସେତେଟା ଫଳପ୍ରଦ ହେଉନାହିଁ। କିଛିଦିନ ବ୍ୟବଧାନରେ ଏଭଳି ଘଟଣା ଗୁଡିକ ପୁଣି ସାମ୍ନାକୁ ଆସୁଛି। ଏବେ ପାଜିଲିବନ୍ଧରେ ପୁଣି ଏଭଳି ଘଟଣା ଘଟିଥିବାରୁ ଏହାଏବେ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories