www.samajalive.in
Tuesday, December 9, 2025
26.1 C
Bhubaneswar

ଆଜିଠୁ ଜେଇଇ ମେନ୍‍ : ଓଡ଼ିଆରେ ୪୭୧ ବିଦ୍ୟାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର : ବି.ଇ, ବି.ଟେକ୍‍, ବି.ଆର୍କ ଏବଂ ବି.ପ୍ଳାନ୍‍ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‍ର ଫେବୃଆରୀ ସେସନ୍‍ ଆଜିଠାରୁ ଅନୁଷ୍ଠିତ ହେବ ଓ ୨୬ରେ ସରିବ। ପରୀକ୍ଷା ଦେବା ପାଇଁ ସାରା ଦେଶରୁ ୨୧,୭୫ ଲକ୍ଷ ବିଦ୍ୟାର୍ଥୀ ପଞ୍ଜୀକରଣ କରିଛନ୍ତି। ୩୩୧ କେନ୍ଦ୍ରରେ କମ୍ପ୍ୟୁଟର ବେସ୍‍ ଟେଷ୍ଟ୍‍(ସିବିଟି) ପଦ୍ଧତିରେ ପରୀକ୍ଷା ହେବ। ଓଡ଼ିଶାରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ଢେଙ୍କାନାଳ, ଅନୁଗୋଳ, ବାରିପଦା, ଜୟପୁର, ଯାଜପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ଜଗତସିଂହପୁର ଏବଂ ଭବାନୀପାଟଣାରେ ଅନ୍‍ଲାଇନ୍‍ ପରୀକ୍ଷା କେନ୍ଦ୍ର ହୋଇଛି। ପ୍ରଥମ ସିଟିଂ ସକାଳ ୯.୩୦ରୁ ମଧ୍ୟାହ୍ନ ୧୨.୩୦ ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୨.୩୦ରୁ ୫.୩୦ଟା ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ ହିନ୍ଦୀ ଓ ଇଂରାଜୀ ସହ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ। ଓଡ଼ିଆ ଭାଷାରେ ୪୭୧ ଜଣ ପରୀକ୍ଷା ଦେବାକୁ ସ୍ଥିର କରିଥିବା ଜଣାପଡ଼ିଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories