www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି କରୋନା ଭୟ, ନିୟମ କଡ଼ାକଡ଼ି ଲାଗୁ ପାଇଁ ପଦକ୍ଷେପ ନେବାକୁ ଏସ୍‌ଆର୍‌ସିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣା ପୁଣି କଡ଼ାକଡ଼ି ଭାବେ ଲାଗୁ କରାଯିବ। ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତକର୍ତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟକୁ ପୁଣି ଫେରିପାରେ କରୋନା, ତେଣୁ ସମସ୍ତେ ସତର୍କ ରହିବା ଦରକାର। ଏଣିକି ରାଜ୍ୟରେ କରୋନା ଗାଇଡ୍‌ଲାଇନ୍‌ କଡ଼ାକଡି ପାଳନ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ନିର୍ଦେଶନାମା ଜାରି କରିଛନ୍ତି। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ରାଜ୍ୟର ସମସ୍ତ ଜିଲାର ଜିଲାପାଳ, ମହାନଗର ନିଗମ କମିଶନର, ପୌରପାଳିକା କାର୍ୟ୍ୟନିର୍ବାହୀ ଅଧିକାରୀ ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ତୁରନ୍ତ କୋଭିଡ୍ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ପଦକ୍ଷେପ ନେବାକୁ ସେ କହିଛନ୍ତି।

- Advertisement -

ବିଭିନ୍ନ ସ୍ଥାନରେ ଜନସାଧାରଣ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦେଇ ସେସବୁରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ଏସ୍ଆରସି ନିର୍ଦେଶ ଜାରି କରିଛନ୍ତି।
ଢାବା, ରେଷ୍ଟୁରାଣ୍ଟ ଓ ହୋଟେଲଗୁଡିକରେ ତୀକ୍ଷ୍ଣ ନଜର ନଜର ରଖିବା ସହ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ପରିସ୍ଥିତି ତଦାରଖ କରିବେ। ସାଧାରଣ ସ୍ଥାନରେ ଗହଳି କରି ଖାଇବା ଉପରେ ରୋକ୍ ଲଗାଯିବାକୁ ଅଧିକାରୀମାନେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ନିୟମ ଉଲଙ୍ଘନ କଲେ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସିଲ୍‌ କରିଦିଆଯିବ। ବଜାର ଓ ହାଟରେ ଡାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ସଚେତନତା ପାଇଁ ନିର୍ଦେଶ ଜାରି ହୋଇଛି।
ସେହିପରି ଧାର୍ମିକ, କ୍ରୀଡ଼ା ଓ ମନୋରଞ୍ଜନ ସ୍ଥାନଗୁଡ଼ିକରେ ଭିଡ଼ ଏଡ଼ାଇବାକୁ ନିର୍ଦେଶ ରହିଛି। ସେହିପରି ଶିକ୍ଷାନୁଷ୍ଠାନ ଉପରେ ସତର୍କ ନଜର ରଖିବାକୁ ନିର୍ଦେଶ ଜାରି ହୋଇଛି।

ଅଙ୍ଗନବାଡ଼ି କେନ୍ଦ୍ରରେ ପରିଷ୍କାର ଓ ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନରେ ପାଠପଢ଼ା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟକ୍ରମ ହେବନାହିଁ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଥର୍ମାଲ୍‌ ସ୍କାନିଂ, ସାନିଟାଇଜର ବ୍ୟବହାର ଓ ସମାଜିକ ଦୂରାତ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି। ବାହାଘର, ବ୍ରତଘର ଭଳି ସାମାଜିକ କାର୍ୟ୍ୟକ୍ରମରେ ଯେପରି କରୋନା ନିୟମାବଳୀ ପାଳନ ହେବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି କୌଣସି ସ୍ଥାନରେ ଅନେକ ଲୋକ ଏକାଠି ହେବାକୁ ଏଡ଼ାଇବା ଲାଗି କୁହାଯାଇଛି। ଗାଇଡଲାଇନ୍ ପାଳନ ସମ୍ପର୍କିତ ସାପ୍ତାହିକ ରିପୋର୍ଟ ଦେବାକୁ ନିର୍ଦେଶ ରହିଛି। ଏ ସମସ୍ତ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରିବାକୁ ଏସ୍‌ଆର୍‌ସି ସବୁ ଜିଲାପାଳ, ମ୍ୟୁନିସିପାଲ୍ କମିଶନର ଓ ଏସପିଙ୍କୁ ଚିଠି ଲେଖି ଜଣାଇଛନ୍ତି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories