www.samajalive.in
Wednesday, December 10, 2025
17.1 C
Bhubaneswar

ନୀତି ଆୟୋଗ ବୈଠକ : ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ନୀତି ଆୟୋଗର ପରିଚାଳନା ପରିଷଦର ଷଷ୍ଠ ବୈଠକ
ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି।
ରେଳବାଇ, ବ୍ୟାଙ୍କିଙ୍ଗ, ଟେଲିକମ୍‍, କେନ୍ଦ୍ରୀୟ ଅନୁଦାନ ହ୍ରାସ, ସ୍ୱତନ୍ତ୍ର ଫୋକସ ରାଜ୍ୟ ଏବଂ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ନୀତି ଆୟୋଗଙ୍କ ନିକଟରେ ଦାବି କରିଛନ୍ତି। ନିର୍ବାଚିତ ସରକାରର ପ୍ରତ୍ୟେକ କାର୍ଯ୍ୟକୁ ରାଜନୈତିକ ଦୃଷ୍ଟିଭଙ୍ଗିରେ ନଦେଖି ବିଭିନ୍ନ ଯୋଜନାରୁ କିପରି ଲୋକେ ଉପକୃତ ହୋଇପାରିବେ ସେହି ଦୃଷ୍ଟିରେ ଆକଳନ କରାଯିବା ଉଚିତ୍‍ ବୋଲି କହିଛନ୍ତି।
ବିଭିନ୍ନ ଜାତୀୟ ଦଳ ନିର୍ବାଚନ ସମୟରେ ମହିଳା ସଂରକ୍ଷଣ ବିଲ୍‍କୁ ନେଇ ସହମତ ହୋଇଥିବାବେଳେ ଏବେ ସେଥିରୁ ଦୂରେଇ ଯାଉଛନ୍ତି। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସମ୍ପର୍କିତ ମହିଳା ସଂରକ୍ଷଣ ବିଲ୍‍କୁ ଗୃହୀତ କରାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେହିପରି ୟୁପିଏସ୍‍ସି, ନିଟ୍‍ ଏବଂ ଜେଇଇ ପରୀକ୍ଷା ଢ଼ାଞ୍ଚା ବଦଳିବା ଉପରେ ମଧ୍ୟ
ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଅନୁସୂଚିତ ଜନଜାତି ତାଲିକାରେ କିଛି ସମ୍ପ୍ରଦାୟ ସାମିଲ ପ୍ରସଙ୍ଗ ୧୯୭୮ରୁ ପଡ଼ିରହିଛି। ବିନା ନିଷ୍ପତ୍ତିରେ ଏହାକୁ ଦୀର୍ଘଦିନ ଧରି ପକାଇ ରଖିବା ଠିକ୍‍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏକ ସଂଘୀୟ ରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଉଦ୍ୟମର ଆବଶ୍ୟକତା ନେଇ ମୁଖ୍ୟମନ୍ତ୍ରୀ ନିଜର ଯୁକ୍ତି ଦର୍ଶାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories