www.samajalive.in
Sunday, December 7, 2025
16.1 C
Bhubaneswar

ସୁନାମୁହିଁ ନଦୀରେ ନିର୍ମାଣ ହେବ କଣ୍ଟ୍ରୋଲ ଷ୍ଟ୍ରକଚର, ଉପକୃତ ହୋଇପାରିବେ ୬/୭ ଖଣ୍ଡ ମଉଜାର ଚାଷୀ

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସେଚ ସଦନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଳକ୍‌ର ନରସିଂହପାଟଣାଠାରେ ସୁନାମୁହିଁ ନଦୀ ଉପରେ ଏକ କଣ୍ଟ୍ରୋଲ୍‌ ଷ୍ଟ୍ରକଚର ନିର୍ମାଣ ପାଇଁ ଆଜି ନିଷ୍ପତ୍ତି ନିଆଯାଇଛି। ଏହି କଣ୍ଟ୍ରୋଲ୍‌ ଷ୍ଟ୍ରକଚର ନିର୍ମାଣ ହେଲେ ସମୁଦ୍ରର ଲୁଣାପାଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ନରସିଂହପାଟଣା, ଜଗନ୍ନାଥପାଟଣା, ବଳଭଦ୍ରପାଟଣା ଓ ବରୁଡ଼ି ଭଳି ୬/୭ ଖଣ୍ଡ ମଉଜାର ଚାଷୀମାନେ ଉପକୃତ ହୋଇପାରିବେ।

 

- Advertisement -

ସେହିପରି ଭାର୍ଗବୀ ନଦୀ ଉପରେ ପୁରୀ ସଦର ବ୍ଲକ୍‌ର ପ୍ରତାପ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର ମାଳିସାହିଠାରେ ନିର୍ମାଣାଧୀନ ବ୍ରିଜକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପାଇଁ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଦୁଇଟି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ସହିତ ଚଳିତ ବଜେଟ ପରେ ସମସ୍ତ ପ୍ରଶାସନିକ ଓ ବୈଷୟିକ ନିଷ୍ପତ୍ତିକୁ ଚୂଡ଼ାନ୍ତ କରି ଦୀର୍ଘଦିନ ଧରି ଅବହେଳିତ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି।
ଏହି ବୈଠକରେ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ଡ୍ରେନେଜ ବିଭାଗ ମୁଖ୍ୟ ଯନ୍ତ୍ରୀ ବିକ୍ରମ କେଶରୀ ସ୍ୱାଇଁ, ମହାନଦୀ ନିମ୍ନ ଅବବାହିକା ମୁଖ୍ୟଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି, କେନ୍ଦ୍ରୀୟ ଜଳସେଚନ ସର୍କଲର ସୁପରିଟେଣ୍ଡେଣ୍ଟ ଇଂଜିନିୟର ଚିନ୍ମୟ ରଞ୍ଜନ ରାଉତ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଉପଶାସନ ସଚିବ ଅଭୟ କୁମାର ମହାନ୍ତି, ପୁରୀ ଜଳସେଚନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ ଏବଂ ଡ୍ରେନେଜ୍‌ ଡିଭିଜନ୍‌, ପୁରୀର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories